24.1 C
Bhubaneswar
Thursday, May 9, 2024
Homeଅପରାଧଲେଡିଜ ହଷ୍ଟେଲରେ ପଶି ଆତଙ୍କରାଜ ମାମଲା; ୩ ରୋଡରୋମିଓଙ୍କୁ ବାନ୍ଧିଲା ପୁଲିସ, ଏବେ ବି ୭...

ଲେଡିଜ ହଷ୍ଟେଲରେ ପଶି ଆତଙ୍କରାଜ ମାମଲା; ୩ ରୋଡରୋମିଓଙ୍କୁ ବାନ୍ଧିଲା ପୁଲିସ, ଏବେ ବି ୭ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ପୋଲିସ ଚଢ଼ଉ କରି ସୋମବାର ୩ ଜଣ ରୋଡରୋମିଓଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଲ୍ଳୀ ଭୋଇ ସାହିର ସନିଆ ଦାସ ଓରଫ ସୋନୁ(୨୨), ଭୋଇ ସାହିର ଶଶିକାନ୍ତ ଭୋଇ(୨୦) ଓ ସଞ୍ଜୟ କୁମାର ବେହେରା(୩୭) । ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉକୁ ଜୋରଦାର କରିଛି ।

ସୂଚନାଯୋଗ୍ୟ, ଅଭିଯୋଗକାରିଣୀ ନୟାପଲ୍ଲୀ ଅନ୍ତର୍ଗତ ଉଗ୍ରତାରା ଲେଡିଜ ହଷ୍ଟେଲ ମାଲିକାଣୀ? ଗତ ୫ ତାରିଖରେ ତାରିଖ ସନ୍ଧ୍ୟାରେ ସେ ତାଙ୍କ ସାଙ୍ଗଙ୍କ ସହିତ ଲେଡିଜ ହଷ୍ଟେଲ ଆଗରେ ନିଜ ସ୍କୁଟି ସହିତ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ସୋନୁ, ପିଙ୍କୁ ଏବଂ ସଞ୍ଜୟ ତାଙ୍କ ଆଡକୁ ପଥର ଫିଙ୍ଗିଥିଲେ । ଘଟଣା ବେଳେ ୨ଟି ରୁ ୩ଟି ପଥରଖଣ୍ଡ ଅଭିଯୋଗକାରିଣୀ ଏବଂ ତାଙ୍କର ସାଙ୍ଗଙ୍କ ଦେହରେ ବାଜିଥିବାରୁ ସେ ଅଭିଯୁକ୍ତମାନଙ୍କୁ ବିରୋଧ କରିଥିଲେ । ଏଥିରେ ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କର କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ପରେ ଅଭିଯୁକ୍ତମାନେ ଲେଡିଜ ହଷ୍ଟେଲ ଉପରକୁ ଟେକା ପଥର ଫିଙ୍ଗିବା ସହ ଖରାପ ଭାଷାରେ ଗାଲିଗୁଲଜ କରିଥିଲେ । ଏହାସହ ଅଭିଯୁକ୍ତମାନେ ପଥର ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ହଷ୍ଟେଲ ଅନ୍ତେବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଜୀବନରୁ ହତ୍ୟା କରିବାର ଧମକ ଦେଇ ଆକ୍ରମଣ କରିଥିଲେ ।

ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ସମୟରେ ରବିବାର ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢଉ ଜରିଆରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତମାନେ ନିଜ ଅପରାଧ ସ୍ୱୀକାର କରିଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଭିଯୁକ୍ତ ସୋନୁ ଓରଫ ସନିଆ ଦାସଙ୍କ ନାମରେ ପୂର୍ବରୁ ମଧ୍ୟ ନୟାପଲ୍ଲୀ ଥାନାରେ ୩ ଗୋଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ସଞ୍ଜୟ ବେହେରାଙ୍କ ନାମରେ ମଧ୍ୟ ଗୋଟିଏ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking