30.1 C
Bhubaneswar
Monday, May 20, 2024
Homeଓଡିଶାପତ୍ନୀ ଋଣ ନ ସୁଝିବାରୁ ପତିର ଭତ୍ତା ଟଙ୍କା ବନ୍ଦ

ପତ୍ନୀ ଋଣ ନ ସୁଝିବାରୁ ପତିର ଭତ୍ତା ଟଙ୍କା ବନ୍ଦ

ନିଶ୍ଚିନ୍ତକୋଇଲି : ପତ୍ନୀ ବ୍ୟାଙ୍କର ଋଣ ପରିଶୋଧ ନକରିବା କାରଣରୁ ବ୍ୟାଙ୍କ ପ୍ରତିଶୋଧ ପରାୟଣ ହୋଇ ପତିର ଭତ୍ତା ଟଙ୍କାକୁ କାଟି ରଖିବା ଭଳି ଅଭାବନୀୟ ଘଟଣା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଞ୍ଚାୟତ ସୁନାଇଲୋ ଗ୍ରାମର ଅକ୍ଷୟ କୁମାର ସାହୁ (୭୭) ବାର୍ଦ୍ଧକ୍ୟରେ ଉପନୀତ ହୋଇଛନ୍ତି । ଅକ୍ଷୟ ଶାରିରୀକ ଭାବେ ଅସୁସ୍ଥ ଅଛନ୍ତି । ତାଙ୍କର ପ୍ରତିମାସରେ ପଥି ନିମନ୍ତେ ୫ହଜାରରୁ ଉର୍ଦ୍ଧ ଟଙ୍କା ଆବଶ୍ୟକ ହେଉଛି । ଏପରିସ୍ଥଳେ ତାଙ୍କର ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିବା କାରଣରୁ ପଥି ଖାଇବା ନିମନ୍ତେ ଶ୍ରୀ ସାହୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ନିଶ୍ଚିନ୍ତକୋଇଲି ବ୍ଳକ ପ୍ରଶାସନ ତରଫରୁ ଶ୍ରୀ ସାହୁଙ୍କ ପ୍ରକୃତ ଆର୍ଥୀକ ଅବସ୍ଥାକୁ ହୃଦୟଙ୍ଗମ କରି ତାଙ୍କ ନାମରେ ଏକ ବାର୍ଦ୍ଧକ୍ୟ ଭତା ମଞ୍ଜୁର କରାଯାଇଥିଲା । ଶ୍ରୀ ସାହୁ ପ୍ରତିମାସରେ ଭତା ବାବଦରେ ୫ ଶହ ଟଙ୍କା ପାଇ ଆସୁଥିଲେ । ନିଶ୍ଚିନ୍ତକୋଇଲି ବ୍ଳକ ପ୍ରଶାସନ ତରଫରୁ ପ୍ରତିମାସରେ ଶ୍ରୀ ସାହୁ୍‌ଙ୍କ ନାମରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି କାନାରା ବ୍ୟାଙ୍କରେ ଥିବା ଜମା ଖାତାକୁ ଏହି ଟଙ୍କା ଯାଇଥାଏ ।

ମାତ୍ର ପ୍ରାୟ ୧ ବର୍ଷ ହେଲା ସ୍ଥାନୀୟ କାନାରା ବ୍ୟାଙ୍କ ଶ୍ରୀ ସାହୁଙ୍କ ତାଙ୍କର ଭତ୍ତା ଟଙ୍କା ପ୍ରଦାନ କରୁନଥିବାର ଅଭିଯୋଗ ହୋଇଛି । ଶ୍ରୀ ସାହୁ ବାରମ୍ବାର ବ୍ୟାଙ୍କକୁ ଦୌଡି ଦୌଡି ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି । ଅପରପକ୍ଷରେ କିଛି ବର୍ଷ ତଳେ ଶ୍ରୀ ସାହୁଙ୍କ ପତ୍ନୀ ଯୁତୀ ସାହୁ ସ୍ଥାନୀୟ ଓଥକା କାନାରା ବ୍ୟାଙ୍କରୁ ୪୦ ହଜାର ଟଙ୍କାର ଏକ କୃଷି ଋଣ ନେଇଥିଲେ । ଶ୍ରୀମତୀ ସାହୁ ଏହି କୃଷିଋଣ ପରିଶୋଧ କରୁନଥିବା କାରଣରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ସ୍ୱାମୀଙ୍କର ଭତ୍ତା ଟଙ୍କାକୁ କାଟି ରଖିଥିବାର ଜଣାଯାଇଛି । ଏସମ୍ପର୍କରେ ମତାମତ ନେବା ନିମନ୍ତେ ଆମପ୍ରତିନିଧି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ । ଅପରପକ୍ଷରେ ବ୍ୟାଙ୍କ ଜଣେ ବୃଦ୍ଧ ଓ ଶର୍ଯ୍ୟାଶାୟୀ ରୋଗାଗ୍ରସ୍ତ ବ୍ୟକ୍ତିଙ୍କର ଭତା ଟଙ୍କା ପ୍ରଦାନ ନକରିବା କେତେଦୂର ସମୀଚିନ ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking