33.1 C
Bhubaneswar
Monday, May 20, 2024
Homeଓଡିଶାଆରମ୍ଭ ହେଲା ଓଜେଇଇ; ପ୍ରଥମ ଦିନରେ ପରୀକ୍ଷା ଦେଲେ ୧୨ହଜାର ୭୬୩ ଛାତ୍ରଛାତ୍ରୀ

ଆରମ୍ଭ ହେଲା ଓଜେଇଇ; ପ୍ରଥମ ଦିନରେ ପରୀକ୍ଷା ଦେଲେ ୧୨ହଜାର ୭୬୩ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ସୋମବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ଲାଟେରାଲ ଟେକ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ୩ଟି ସିଫ୍ଟରେ ଅନୁଷ୍ଠିତ ହୋଇଥଲା । ମୋଟ ୧୭ ହଜାର ୭୬୩ ପିଲା ପଞ୍ଜିକରଣର କରିଥିବା ବେଳେ ୧୨ହଜାର ୫୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି । ସେହିପରି ମଙ୍ଗଳବାର ମଧ୍ୟ ୩ଟି ସିଫ୍ଟରେ ଏମସିଏ, ଏମଏସସି କମ୍ପ୍ୟୁଟର ସାଇନ୍ସ ଓ ଏମଟେକ ଆଇଟି ପ୍ରବେଶିକା କରାଯିବ । ଏଥିରେ ପରୀକ୍ଷାଦେବା ଲାଗି ୮ ହଜାର ୮୪୧ ପିଲା ପଞ୍ଜିକରଣ କରିଛନ୍ତି । ୨୩ଟି ବୈଷୟିକ ଶିକ୍ଷାରେ ନାମଲେଖା ଲାଗି ଚଳିତବର୍ଷ ମୋଟ୍ ୫୫ହଜାର ୯୭୯ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ଓଡ଼ିଶାରେ ୩୦ଟି ଜିଲ୍ଲାରେ ୪୪ଟି ପରୀକ୍ଷାକେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ୩ଟି ଅର୍ଥାତ ୪୭ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସିବିଟି ମୋଡରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ୮ତାରିଖରୁ ଆରମ୍ଭ ହେଉଥିବା ବେଳେ ୧୦, ୧୩ ଏବଂ ୧୪ତାରିଖରେ ହେବ ନାହିଁ ବୋଲି ଓଜେଇଇ ପକ୍ଷରୁ ଜଣାପଡିଛି । କେବଳ ୮ତାରିଖ, ୯, ୧୧, ୧୨ ଏବଂ ୧୫ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ୨ୟ ସିଫ୍ଟ ୧୨ଟ୩୦ରୁ ୨ଟ୩୦ ଏବଂ ୩ୟ ସିଫ୍ଟ ୪ଟା୩୦ରୁ ୬ଟା୩୦ ପର୍ଯ୍ୟନ୍ତ ହେବ ।

ତେବେ ବିଫାର୍ମା ଲାଗି ୧୩୮୧୩, ଇଣ୍ଟିଗ୍ରେଟେଡ ଏମବିଏ ଲାଗି ୧୩୭୨, ଏମ୍‌ଫାର୍ମା ୧୧୮୭, ଏମ୍‌ବିଏ ଲାଗି ୯୩୦୫, ଏମ୍‌ସିଏ ଆଣ୍ଡ ଏମ୍‌ଏସସି କମ୍ପ୍ୟୁଟର ସାଇନ୍ସ ଲାଗି ୮୮୪୧ଜଣ ଆବେଦନ କରିଥିବା ବେଳେ ଏମ୍‌ଟେକ୍ ପ୍ଲାଷ୍ଟି ଇଞ୍ଜିନିୟରିଂ ଲାଗି ସର୍ବନିମ୍ନ ୨ଜଣ ଆବେଦନ କରିଥିବା ଜଣାପଡିଛି । ତେବେ ପ୍ରମୁଖ ୧୧ଟି ବିଷୟ ଯଥା ଏଣ୍ଟିଗ୍ରେଟେଡ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି-ବିଟେକ୍‌, ଲାଟେରାଲ ଏଣ୍ଟି-ବିଏସ୍‌ସି, ଲାଟେରାଲ ଏଣ୍ଟି- ବିଫାର୍ମା, ଏମବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌ଫାର୍ମା, ଏମ୍ ପ୍ଲାନ୍‌, ଏମ୍‌ଆରର୍କି, ବି କାଟ ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆଜି ପରୀକ୍ଷା ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷାକେନ୍ଦ୍ର ପାଖରେ ପହଞ୍ôଚଥିଲେ । ପରୀକ୍ଷାକେନ୍ଦ୍ରକୁ ଯିବା ପୂର୍ବରୁ କଡା ଯାଞ୍ଚ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking