37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାନପୁରରେ ଉତ୍ତେଜନା

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାନପୁରରେ ଉତ୍ତେଜନା

ଲକ୍ଷ୍ନୌ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ପୂର୍ବରୁ ପରେଡ ଅଞ୍ଚଳରେ ପଥରମାଡ ହୋଇଛି । ଦୁଇ ସମୁଦାୟ ମଧ୍ୟରେ ବିବାଦ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିଛନ୍ତି । ପ୍ରାଥମିକ ସୂଚନା ମୁତାବକ ସାମ୍ପ୍ରଦାୟିକତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍କିଟ ହାଉସ୍‌ରେ ପହଞ୍ଚିବା ଯୋଜନା ରହିଥିଲା । ଏହାପୂର୍ବରୁ ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ଏକ ସମୁଦାୟ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ।

ଏହାପରେ ସହର ସ୍ଥିତି ବିଗିଡି଼ବା ଆରମ୍ଭ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରେ ପଥର ଫୋପାଡ଼ିଥିଲେ । ଗୋଷ୍ଠୀ ସଂଘର୍ଷରେ ବମ୍ ଫୁଟିଥିବା ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ପୁରା ସହରରେ ଉତ୍ତେଜନା ଲାଗି ରହିଛି । ଏହି ଗୋଷ୍ଠୀ ସଂଘର୍ଷ ପରେ ନବୀନ ମାର୍କେଟ, ପରେଡ, ୟତିମଖାନା, ମେଷ୍ଟନ୍ ରୋଡ୍ ସହ ଆଖପାଖ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଏକ ହିନ୍ଦୁ ଗୋଷ୍ଠୀ ଓ ଏକ ମୁସଲିମ ଗୋଷ୍ଠୀ ଜୋରଦାର ନାରାବାଜୀ କରୁଥିବା ଦେଖିବାକୁ ମିଳିଛି । ଏହି ଗୋଷ୍ଠୀ ସଂଘର୍ଶର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking