32.1 C
Bhubaneswar
Saturday, May 18, 2024
Homeଅପରାଧଛାତିଥରା ଘଟଣା : ହତ୍ୟାକାରୀକୁ ହତ୍ୟା ଦଣ୍ଡ ଦେଲେ ପଞ୍ଚାୟତ ମୁଖିଆ

ଛାତିଥରା ଘଟଣା : ହତ୍ୟାକାରୀକୁ ହତ୍ୟା ଦଣ୍ଡ ଦେଲେ ପଞ୍ଚାୟତ ମୁଖିଆ

ଅମରାବତୀ: ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ସିଥମପେଟା ମଣ୍ଡଳରେ ଏକ ଛାତିଥରା ଘଟଣା ଘଟିଛି । ଏଠାରେ ପଞ୍ଚାୟତ ସଭାରେ ଅଜବ ନିଷ୍ପତ୍ତି ନିଆଯାଇଛି । ଫଳରେ ହତ୍ୟାକାରୀକୁ ହତ୍ୟା ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନିଆଯାଇ ତାକୁ ଫାଶୀରେ ଝୁଲାଯାଇଛି । ଫଳରେ ହତ୍ୟାକାରୀ ଯୁବକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ମେ ୨୭ ତାରିଖରେ ଏହି ଅଞ୍ଚଳରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନସିକ ବିକୃତ ଥିବା ଦିବ୍ୟାଙ୍ଗ ସାବର ସିଙ୍ଗାନା(୩୩) ସ୍ଥାନୀୟ ଅଞ୍ଚଳର ସାବର ଗୟାଙ୍କ ଝିଅ ପଦ୍ମାକୁ ମାଡ଼ ମାରିଥିଲା ।

ଏହାପରେ ପଦ୍ମାର ପିତା ସାବର କ୍ରୋଧିତ ହୋଇ ସିଙ୍ଗାନାକୁ ପାଲଟା ଜବାବ ଦେଇ ମାଡ଼ ମାରିଥିଲା । ଏହି ସମୟରେ ଦିବ୍ୟାଙ୍ଗ ସିଙ୍ଗାନା ବାଡି ଦ୍ୱାରା ପଦ୍ମାର ପିତା ଗୟାଙ୍କୁ ମାଡ ମାରିଥିଲା । ଏଥିରେ ଗୟାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ବସିଥିଲା ପଞ୍ଚାୟତ । ଗ୍ରାମବାସୀ ହତ୍ୟା ବଦଳରେ ହତ୍ୟା ଦାବି କରିଥିଲେ । ନଚେତ ଦିବ୍ୟାଙ୍ଗ ସିଙ୍ଗାନାର ପରିବାରକୁ ହତ୍ୟା କରିବେ ବୋଲି କହିଥିଲେ । ଏହି ଦାବିରେ ପଞ୍ଚାୟତ ମୁଖିଆ ମଧ୍ୟ ରାଜି ହୋଇଥିଲେ । ଗ୍ରାମବାସୀଙ୍କଠାରୁ ହତ୍ୟାର ଧମକ ପାଇବା ପରେ ଦିବ୍ୟାଙ୍ଗ ସିଙ୍ଗାନାର ପରିବାର ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱୀକାର କରିଥିଲେ । ଏହାପରେ ପ୍ରଥମେ ସିଙ୍ଗାନାକୁ ଖାଦ୍ୟରେ ବିଷ ଦିଆଯାଇଥିଲା । ସେଥିରେ ତାର ମୃତ୍ୟୁ ନ ଘଟିବା ପରେ ତାକୁ ଫାଶୀ ଦଣ୍ଡ ଦିଆଗଲା । ଏହି ଘଟଣା ପୋଲିସ ଜାଣିବା ପରେ ଗ୍ରାମର ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking