28.1 C
Bhubaneswar
Friday, April 26, 2024
Homeଓଡିଶାଆଇଡିଏସ୍ ପକ୍ଷରୁ ମୁଖ ଗହ୍ୱର କ୍ୟାନ୍ସର ସଚେତନତା ଅଭିଯାନ

ଆଇଡିଏସ୍ ପକ୍ଷରୁ ମୁଖ ଗହ୍ୱର କ୍ୟାନ୍ସର ସଚେତନତା ଅଭିଯାନ

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଓ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଭୁବନେଶ୍ୱରର ୧୫ଟି ଟ୍ରାଫିକ୍ ପୋଷ୍ଟରେ ମୁଖ ଗହ୍ୱର କ୍ୟାନ୍ସର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ଟିମ୍ ଗୁଡ଼ିକ ବିଭିନ୍ନ ଟ୍ରାଫିକ୍ ଛକରେ ମୁଖ ଗହ୍ୱର କ୍ୟାନ୍ସରର କାରଣ, ଲକ୍ଷଣ, ରୋଗର ଆଗୁଆ ଚିହ୍ନଟ ଏବଂ ତମାଖୁ ସେବନ ଛାଡିବା ସଂକ୍ରାନ୍ତିୟ ତଥ୍ୟ ସମ୍ବଳିତ ଲିଫ୍‌ଲେଟ୍ ବଂଟନ କରିଥିଲେ ।
ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କ କାର୍ଯ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଆଡିସ୍‌ନାଲ୍ କମିଶନର ଅଫ୍ ପୋଲିସ୍ ଶ୍ରୀ ଉମାଶଙ୍କର ଦାଶ, ଡେପୁଟି କମିଶନର ଅଫ୍ ପୋଲିସ୍ ଶ୍ରୀ ପ୍ରତୀକ ସିଂହ, ଭୁବନେଶ୍ୱର, ଶ୍ରୀ ପି.କେ. ଜେନା, ଡିସିପି (ହେଡ୍‌କ୍ୱାର୍ଟର) ଓ ଆସିଷ୍ଟାଂଟ କମିଶନର ଅଫ୍ ପୋଲିସ୍ (ଟ୍ରାଫିକ୍‌) ଶ୍ରୀ ସ୍ୱସ୍ତିକ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୋଆ ପକ୍ଷରୁ ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ କୋର୍ଡିନେଟର ତଥା ବିଶ୍ୱବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ପ୍ରଫେସର ଶ୍ରୀକାନ୍ତ କୁମାର ଧର, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଶ୍ରୀ ପ୍ରଭୁଦତ ସୁବୁଦ୍ଧି ପ୍ରମୁଖ ଏ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।
ସେହିପରି ପ୍ରଫେସର ମହାନ୍ତି ରାଜ୍ୟ ସରକାର ତମାଖୁ ଜାତୀୟ ଦ୍ରବ୍ୟର ବିକ୍ରୀ ଓ ବ୍ୟବହାର ନେଇ କଡା ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ର ପୋଲିସ୍ କମିଶନରଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍‌-ଜୁନିୟର ଡକ୍ଟର୍ସ ନେଟୱର୍କ (ଆଇଏମ୍‌ଏ-ଜେଡିଏନ୍‌)ର ରାଜ୍ୟ ସଭାପତି ଡକ୍ଟର ଚିନ୍ମୟ ସାହୁ, ଆଇଏମ୍‌ଏ-ଜେଡିଏନ୍‌ର ନ୍ୟାସ୍‌ନାଲ କାଉନ୍‌ସିଲ୍ ମେମ୍ବର ଡକ୍ଟର ଅଭିଜିତ ଉପାଧ୍ୟାୟ, ରାଜ୍ୟ ସମ୍ପାଦକ ଡକ୍ଟର ନୀତିଶ କୁମାର ଧଳ, ଆଇଡିଏସ୍‌ର ଡକ୍ଟର ରାଜୀବ ପରିଡା, ରୋଟାରୀ ଇ-କ୍ଲବର ସଭାପତି ଶ୍ରୀ ଆୟୁଷ ଜଶୋରୀୟା ଏବଂ ଆଇଡିଏସ୍‌ର ଶ୍ରୀ ପ୍ରତୀକ ଦାସ ଓ ଆଦ୍ୟାଶ୍ରୀ ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking