38.1 C
Bhubaneswar
Friday, April 26, 2024
Homeଓଡିଶାବେଆଇନ ଗୋରୁ ଚାଲାଣ ବେଳେ ୬୧ ଗୋରୁ ଜବତ 

ବେଆଇନ ଗୋରୁ ଚାଲାଣ ବେଳେ ୬୧ ଗୋରୁ ଜବତ 

ତେଲକୋଇ : ବେଆଇନ ଗୋରୁ ଚାଲାଣ ବେଳେ ସାତ ପିକଅପ ଭ୍ୟାନ ସହ ୧୭ଗିରଫ । ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗି ସମୟରେ ତେଲକୋଇ ପୁଲିସ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି । ୬୧ ଗୋରୁଙ୍କୁ ଉଦ୍ଧାର କରିବା ସହ ୧୭ଜଣଙ୍କୁ ଗିରଫ କରିଛି। ଦୁଇଟି ଗାଇର ଅବସ୍ଥା ଏବେ ସଂକଟାପନ୍ନ ରହିଛି । ରାତ୍ରି ସମୟରେ ତେଲକୋଇ ବଜାର ରେ ଚେକିଂ ଚାଲିଥିବା ବେଳେ ପିକଅପ ଭ୍ୟାନ ଗୁଡିକ ତେଲକୋଇ ଦେଇ ଯାଉଥିବା ବେଳେ ଅଟକାଇ ଥିଲା ପୁଲିସ । ଗାଡି ଭିତରେ ଗୋରୁ ଗୁଡିକର ଗୋଡକୁ ବନ୍ଧା ଅବସ୍ଥାରେ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲା । ତାପରେ ଗାଡି ସହ ଗୋରୁ ଗୁଡିକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି ପୁଲିସ । ତା ସହିତ ସାତଟି ପିକଅପ ଭ୍ୟାନ ସହ ୭ଜଣ ଡ୍ରାଇଭରଙ୍କ ସହ ଅନ୍ୟ ୧୦ ଜଣଙ୍କୁ ଗୋରୁ ବେପାରୀଙ୍କୁ ଗିରଫ କରିଛି ପୁଲିସ । ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ ରୁ ମୟୂରଭଞ୍ଜ ଜିଲ୍ଲାର ହାଟବାଦଲାକୁ ଗୋ ଚାଲାଣ ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking