34.1 C
Bhubaneswar
Friday, March 29, 2024
Homeଓଡିଶା୧ ଲକ୍ଷ ଟଙ୍କାର ଚୋର କାଠ ଜବତ, ଜଣେ ଗିରଫ

୧ ଲକ୍ଷ ଟଙ୍କାର ଚୋର କାଠ ଜବତ, ଜଣେ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ବୈତରଣୀ ନଦୀର ବଲ୍ଲବୀ ଘାଟ ନିକଟରୁ ରବିବାର ଯାଜପୁର ରୋଡ ବନବିଭାଗ ଏକ ପିଙ୍ଗ ଭ୍ୟାନ ଗାଡି ସହ ୧ ଲକ୍ଷ ଟଙ୍କାର ଚୋରା କାଠ ଜବଦ କରିଛି l ଚୋରା କାରବାର ରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରିଛି l ସକାଳ ପ୍ରାୟ ୯ଟା ସମୟରେ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ଯାଜପୁର ଟାଉନର ବଲ୍ଲଭୀ ଘାଟରୁ ଏକ ପିକ୍ ଅପ ଭ୍ୟାନକୁ ଜବତ କରିବା ସହ ଚୋରା କାଠ ଚାଲାଣ କରୁଥିବା ଅଭିଯୋଗରେ ଗାଡିର ଡ୍ରାଇଭର ମଂଗଳପୁର ଥାନା ଅର୍ନ୍ତଗତ ବଉଳାଙ୍ଗର ଅଭୟ ଜେନା, ୩୮ଙ୍କୁ ଗିରଫ କରିଛି ।

ଏହି ଗାଡିରେ ୮୦ ସିପ୍ଟରୁ ଅଧିକ ପରିମାଣର ଓ ପ୍ରାୟ ୦୧ଲକ୍ଷ ଟଙ୍କାର ‘ଫାସି’ କାଠର ଗଣ୍ଡି ଭଦ୍ରଖର ଭଣ୍ଡାରୀପୋଖରୀ ଅଂଚଳରୁ କେନ୍ଦ୍ରାପଡାର କଣ୍ଡିଆ ଅଞ୍ଚଳ କୁ ଯାଉଥିଲା l ଯାଜପୁର ଟାଉନ ଦେଇ ଯାଉଥିବାର ଖବର ଏକ ବିଶ୍ୱସ୍ଥ ସୂତ୍ରରୁ ଜଂଗଲ ବିଭାଗକୁ ମିଳିଥିଲା । ଜଂଗଲ ନିୟମର ୫୬ ଧାରାରେ ଜବତ ହୋଇଥିବା ଗାଡିର ନଂ. ହେଲା ଓଡି-୩୪ସି-୦୦୫୮ । ଏହି ଚଢ଼ଉରେ ଯାଜପୁରୋଡ ବନପାଳ ପରେଶ ସାହୁ, ଗାର୍ଡ ଦୁର୍ଯ୍ୟୋଧନ ବେଜ୍‌, ପାରା ସ୍କ୍ୱାର୍ଡ ଷ୍ଟାଫ୍ ତ୍ରିଲୋଚନ ଦାଶ, ନିର୍ମଳ ମଲ୍ଲିକ, ଅଜୟ ମଲ୍ଲିକ ପ୍ରମୁଖ ବନାଂଚଳ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ସହ ସାମିଲ ହୋଇଥିଲେ । ଏ ବାବଦରେ ଆଜି ସଂଧ୍ୟାରେ ଯାଜପୁରରୋଡ ଫରେଷ୍ଟ ଅଫିସରେ କେସ ନଂ.୧୭/୨୦୨୧-୨୨ ପଞ୍ଜିକୃତ ହେଇଥିବା ବେଳେ ତଦନ୍ତ ଚାଲୁରହିଛି । ଆସନ୍ତା କାଲି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking