28.1 C
Bhubaneswar
Saturday, April 27, 2024
Homeଅପରାଧନାବାଳକ ଖେଳିଲା ରକ୍ତର ହୋଲି

ନାବାଳକ ଖେଳିଲା ରକ୍ତର ହୋଲି

ଟେକସାସ : ନାବାଳକ ଖେଳିଲା ରକ୍ତର ହୋଲି । ନିଜ ପରିବାର ଲୋକଙ୍କୁ ନିର୍ମମ ଭାବେ ହତ୍ୟା କଲା । ଏହି ଲୋମ ଟାଙ୍କୁରା ଘଟଣା ଶୁଣିଲେ ତ ବିଶ୍ୱାସ ହେଉ ନାହିଁ । ହେଲେ ଏଭଳି ଘଟଣା ଘଟିଛି ଆମେରିକାର ଟେକ୍ସସାସରେ । ଜଣେ ୫ ବର୍ଷ ବୟସ୍କ ବାଳକ ନିଜ ବାପା, ମା ଓ ସାନ ଭଉଣୀଙ୍କୁ ହତ୍ୟା କରିଛି । ଖାଲି ସେତିକି ନୁହେଁ ଘରର ଦୁଇଟି ପୋଷା କୁକୁରକୁ ମଧ୍ୟ ମାରିବାକୁ ପଛାଇ ନାହିଁ । ଏମାନଙ୍କୁ ହତ୍ୟା କରିବା ପରେ ପିଲାଟି ଏହି ନାରକୀୟ କାଣ୍ଡର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲା । ତାପରେ ନାବାଳକଟି ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରି ଦେଇଛି ।

ଉଇଲିଅମ କାଲବର୍ନ ଓ ଜାନା କାଲବର୍ନଙ୍କ ପୁଅ ହେଉଛି ଏ ପିଲାଟି । ମା ଜାନାଙ୍କ ଜନ୍ମଦିନରେ ପ୍ରଥମେ ସେ ତାଙ୍କୁ ଗୁଳି ମାରିଥିଲା । ପରେ ବାପାଙ୍କୁ ଓ ସାନ ଭଉଣୀକୁ ହତ୍ୟା କରିଥିଲା । ସେତିକିରେ ତାର ମନ ଶାନ୍ତ ହେଲାଣି ଯେ ଘରେ ଥିବା ଦୁଇ କୁକୁରଙ୍କୁ ଗୁଳି କରି ଦେଇଥିଲା । ଆଉ ତାପରେ ଘଟଣାର ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲା । ସେହି ଫଟୋ ଦେଖି ପୋଲିସ ସମ୍ପୃକ୍ତ ଘରକୁ ଠାବ କରି ସେଠାରେ ପହଞ୍ଚିଥିଲା । ସେତେବେଳେ ଘରର କବାଟ ବନ୍ଦ ଥିବାରୁ ପୋଲିସ ବାହାରେ ଜଗି ରହି ପିଲାଟିକୁ ସରେଣ୍ଡର କରିବାକୁ କହିଥିଲା । କାରଣ ପୋଲିସକୁ ଜଣା ନଥିଲା କି ହତ୍ୟାକାରୀ ଜଣେ ନାବାଳକ ବୋଲି ।

ତେବେ ସେତିକି ବେଳେ ଘର ଭିତରୁ ଗୁଳି ଶବ୍ଦ ଶୁଣା ଗଲା । ପରେ ଘର ଭିତରେ ପଶି ଦେଖିଲା ବେଳକୁ ନାବାଳକଟି ନିଜକୁ ଗୁଳି କରି ସାରିଥିଲା । ସେତେବେଳେ ଘର ବାହାରେ ପୋଲିସ ସହ ମୃତକ ପରିବାରର ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଏହି ଭୟଙ୍କର ଘଟଣାକୁ ଦେଖି ସେମାନେ ସ୍ତବ୍ଧ ହୋଇ ଯାଇଥିଲେ । ବିଶ୍ୱାସ କରି ପାରୁନଥିଲେ ଯେ ଏହି କାମ ବୟସର ପିଲାଟି ଏଭଳି କାଣ୍ଡ କରିଥିବା ବୋଲି । ପୋଲିସ ଘଟଣାର ତଦନ୍ତ କରୁଛି ସତ କିନ୍ତୁ ଏଯାଏ ଥଳକୂଳ ପାଉନି । କଣ ପାଇଁ ପିଲାଟି ନିଜ ପରିବାରର ସମସ୍ତଙ୍କୁ ହତ୍ୟା କଲା ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking