32.1 C
Bhubaneswar
Friday, April 26, 2024
Homeଓଡିଶାମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ସଫା କଲା ଟିମ କ୍ଲିନ ସିଟି

ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ସଫା କଲା ଟିମ କ୍ଲିନ ସିଟି

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ସପ୍ତାହରେ ଅନ୍ୟୁନ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବାକୁ ନିଷ୍ପତ୍ତି ନେଇ ସଂଗଠନ ପକ୍ଷରୁ ଏହି କାର୍ଯ୍ୟ ଗତ 5ସପ୍ତାହ ଧରି ଆରମ୍ଭ କରାଯାଇଛି। ଆଜି 5ମ ସପ୍ତାହ ଅବସରରେ ବ୍ରହ୍ମପୁର ସହରର ଗାନ୍ଧିଛକରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା। ପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ସଂଗଠନର ବହୁ ସଦସ୍ୟ ସକ୍ରିୟ ଯୋଗ ଦେଇଥିବା ବେଳେ କିନ୍ନରଙ୍କ ସଂଘ ପକ୍ଷରୁ ଲଭଲି ଗ୍ରୁପ ପକ୍ଷରୁ ମଧ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ। ଆଜିର ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଟିମ କ୍ଲିନ ସିଟିର ସଦସ୍ୟ ପ୍ରମୋଦ ଦଳେଇ, ସୁର୍ଯ୍ୟ ନାରାୟଣ ଚୌଧୁରୀ, ଅଭୟ ରଥ ଓ ବୁଲବୁଲ ବେହେରା ପ୍ରମୁଖଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ଆଗାମୀ ଦିନରେ ସଂଗଠନ ପକ୍ଷରୁ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking