ବାହ୍ୟ ଜଗତରୁ ବିଛିନ୍ନ ୪୫ ପରିବାର

ମୟୁରଭଞ୍ଜ: ବାହ୍ୟଜଗତରୁ ବିଚ୍ଛିନ୍ନ ରହି ହାହୁତାଶା ମଧ୍ୟରେ ଜୀବନ କାଟୁଛନ୍ତି ୪୫ ମୁସଲିମ ପରିବାର। ନିର୍ମାଣ ଦାୟିତ୍ବ ତୁଲାଉଥିବା ଠିକା ସଂସ୍ଥାର ଦାୟିତ୍ବହୀନତା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଦଣ୍ଡ ଭୋଗୁଛନ୍ତି ମୁସଲିମ ସାହିର ନିରୀହ ବାସିନ୍ଦା। ଅଭିଯୋଗ କଲେ ଶୁଣୁନି ସମ୍ପୃକ୍ତ ଠିକାସଂସ୍ଥା। ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବା ବଦଳରେ ନୀରବ ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ଜନସମସ୍ୟା ସମାଧାନ ପାଇଁ ଆନ୍ଦୋଳନ କରୁଥିବା ସାମାଜିକ ସଂଗଠନ।ଏଭଳି ସ୍ଥିତିରେ ରହୁଥିବା ଅସହାୟ ବାସିନ୍ଦାଙ୍କ ପ୍ରତି ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ନିରବତାକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଉଛି।ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧିନ କେଉଟୁଣୀମାରି ପଞ୍ଚାୟତର ହାତୀମଡା ମୁସଲିମସାହିରେ । ସେଠାରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବର୍ତମାନ ଏହି ଅଂଚଳ ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ବିଛିନ୍ନ। ଏହି ଅଂଚଳରେ ଦୀର୍ଘ 08 ବର୍ଷଧରି ନିର୍ମାଣ ଚାଲିଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆଡେମ। ଏହି ନିର୍ମାଣକାର୍ଯ୍ୟ କରୁଛି DD BUILDER ନାମକ ଏକ ଠିକା ସଂସ୍ଥା। ମିଳୁଥିବା ସୂଚନା ଅନୁଯାୟୀ ବନ୍ଧରେ ଅତ୍ୟଧିକ ଜଳ ପ୍ରବେଶ ଯୋଗୁ ଠିକା ସଂସ୍ଥା ପକ୍ଷରୁ ଜଳ ନିଷ୍କାସନ ପାଇଁ ଏକ କୁତ୍ରିମ ନାଳ କଟା ଯାଇଥିଲା। ମାତ୍ର ପାଣିର ବେଗ ତୀବ୍ରତର ଥିବାରୁ ହାଥିମଡା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଥିଲା।ଯାହାର ପରିଣାମ ସ୍ୱରୂପ ଏହି ଗ୍ରାମରେ ବାସ କରୁଥିବା 45 ପରିବାରର ପ୍ରାୟ150 ରୁ ଉର୍ଦ୍ଧ ଲୋକେ ବର୍ତମାନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛନ୍ତି। ଲୋକେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ପାଇଁ ବିପଦପୂର୍ଣ୍ଣ ଭାବେ ଭରାଜଳରେ ଜୀବନକୁ ବାଜିଲଗାଇ ପାର ହେଉଥିବାର ଦେଖିବାକୁ ମିଳିଥିଲା। ଗ୍ରାମକୁ ଗାଡି ଯାଇ ନ ପାରିବାରୁ ଲୋକେ ବାଧ୍ୟ ହୋଇ ଗାଡ଼ିଗୁଡିକ ନଦୀ ଆର ପାରିରେ ରଖୁଛନ୍ତି। ରାଜାରାଜୁଡ଼ା ଅମଳରୁ ଏଠାରେ 45 ରୁ ଉର୍ଦ୍ଧ୍ବ ପରିବାର ରହୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରୀ ସୁବିଧା ସାତସପନ ହୋଇଯାଇଛି ଏହି ଗାଁ ପାଇଁ । ଗ୍ରାମରେ ଖଣ୍ଡେ ପକ୍କା ରାସ୍ତା ନ ଥିବାରୁ ଲୋକେ କାଦୁଅ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାତାୟାତ ପାଇଁ ବାଧ୍ୟ ହେଉଛନ୍ତି। ସେହିପରି ଗ୍ରାମରେ ବସବାସ କରୁଥିବା ସମସ୍ତ ପରିବାର BPL ତାଲିକା ଭୁକ୍ତ ହୋଇଥିଲେ ମଧ୍ୟ କେବଳ ତିନିଜଣ ସରକାରୀ ଗୃହ ପାଇଛନ୍ତି। ଏହାବ୍ୟତୀତ ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି।ତେବେ ଏ ବାବଦକୁ bdo ଙ୍କ ସହ phone ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ phone ଉଠାଇନଥିଲେ।ସୁବର୍ଣରେଖା ସାରସକଣା division ର SDO ଙ୍କୁ ପଚାରିବାରୁ ବର୍ଷାଦିନ ପରେ ପୋଲକାମ ହେବ ବୋଲି କହିଥିଲେ। ତେବେ ସେହି ସମୟ ମଧ୍ୟରେ ଭରା ନାଳରେ ପାରିହେବା ବେଳେ କାହାର କିଛି ହୋଇଗଲେ ଦାୟୀ ରହିବ କିଏ ବୋଲି ଜାଣିବାକୁ ଚାହିଁବାରୁ ସେ ଜାଣି ନ ଥିବା କଥା କହିଥିଲେ। ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପ୍ରତି ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ବିଭାଗୀୟ ଅଧିକାରୀ ମାନେ କେତେ ସଚେତନ ଏବଂ ତତ୍ପର ତାଙ୍କର ଉତ୍ତର ସୁଚାଉଛି।

LEAVE A REPLY

Please enter your comment!
Please enter your name here