28.1 C
Bhubaneswar
Friday, March 29, 2024
Homeଓଡିଶାମୂର୍ତ୍ତିକା ଏବଂ ଜଳ ସଂରକ୍ଷଶ ଅନୁସନ୍ଧାନ କେନ୍ଦ୍ର ସୁନାବେଡା ଅନୁକୁଲ୍ୟରେ ଆଦିବାସୀ ଉପପରିଯୋଜନା ଅନ୍ତର୍ଗତରେ ଛତୁ...

ମୂର୍ତ୍ତିକା ଏବଂ ଜଳ ସଂରକ୍ଷଶ ଅନୁସନ୍ଧାନ କେନ୍ଦ୍ର ସୁନାବେଡା ଅନୁକୁଲ୍ୟରେ ଆଦିବାସୀ ଉପପରିଯୋଜନା ଅନ୍ତର୍ଗତରେ ଛତୁ ମଞ୍ଜିର ଉତ୍ପାଦନ

ସୁନାବେଡ଼ା: ଉତ୍ପାଦନ କରିବାରେ ତେନ୍ତୁଳିଗୁଡା ଗ୍ରାମର ସଫଲଚାଷୀ ଶ୍ରୀ ଯୁକ୍ତ ହରି ପାଙ୍ଗି ଭାରତୀୟ ମୂର୍ତ୍ତିକା ଏବଂ ଜଳସରଷଣ କେନ୍ଦ୍ରକୁ ଅନୁରୋଧ କରିଥିଲେ । ତାଙ୍କରି ଅନୁରୋଧ କ୍ରମେ କେନ୍ଦ୍ରଦୟକ୍ଷ ଡାକ୍ତର ଏମ.ମଧୁ ହରିପାଙ୍ଗୀଙ୍କ ଅନୁରୋଧକୁ ସ୍ବୀକୃତିତ୍କରି ଶ୍ରୀମତୀ ଡାକ୍ତର ଜ୍ୟୋତି ପ୍ରଭା ଦାସକୁ ନିର୍ଦେଶ ଦେଇଥିଲେ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ନିର୍ଦେଶ ଦେଇଥିଲେ। ତାଙ୍କର ନିର୍ଦେଶ ଅନୁସାରେ ସେ କାର୍ଯ୍ୟଟିକୁ ସଫଳ କରିଥିଲେ । ଏହି କାର୍ଯ୍ୟ ଅନ୍ତର୍ଗତରେ କେନ୍ଦ୍ର ତରଫରୁ ପ୍ରଥମେ ହରି ପାଙ୍ଗୀଙ୍କୁ ଛତୁ ମଞ୍ଜି ସମ୍ବନ୍ଧରେ ଜେୟପୁରର ସ୍ୱମୀନାଥନ ଫାଉଂଡେସନକୁ ପ୍ରସିକ୍ଷଣ ନିମନ୍ତେ ହରିପାଙ୍ଗୀଙ୍କୁ ପୀଠାଇଥିଲେ । କେନ୍ଦ୍ର ତରଫରୁ ଶ୍ରୀ ଯୁକ୍ତ ହରି ପାଙ୍ଗୀଙ୍କୁ ଏକ ଛତୁ ମଞ୍ଜି ଉତ୍ପାଦନ ଗୃହ ଏବଂ ଶିକ୍ଷଣ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ହରି ପାଙ୍ଗି କାର୍ଯ୍ୟଟିକୁ ସଫଳ ରୂପାୟନ ଦେଇ ଛତୁ ମଞ୍ଜିର ଉତ୍ପାଦନ ଗୃହ ଏବଂ ଛତୁ ମଞ୍ଜିର ଉତ୍ପାଦନ ପାଇଁ ବ୍ୟବହାରରେ ଲାଗୁଥିବା ଭିଭିନ୍ନ ଯନ୍ତ୍ରପାତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ଆଇସିଆର କେନ୍ଦ୍ର ତରଫରୁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଅଛି । କୋରାପୁଟ ଜିଲ୍ଲାର ସହ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଟିଙ୍କୁ ଛତୁ ମଞ୍ଜି ବିକ୍ରି କରି ଛତୁ ଚାଷ କରିବାରେ ସାହାଯ୍ୟ କରିଥିଲେ ଏବଂ ନିଜର ଜୀବିକା ନିର୍ବାହ କରିଥିଲେ । ଗବେଷଣାରେ ଜଣା ପଡିଥିଲା ଯେ ଗୋଟିଏ ବୋତଲ ଛତୁ ମଞ୍ଜି ଯାହାର କିଣା ମୂଲ୍ୟ ଚାଲିସି ଟଙ୍କାରେ କିଣି ଚାରିଶ ଟଙ୍କା ଗୋଟାଏ ମାସ ଭିତରେ ଉପାର୍ଜନ କରି ପାରୁଛନ୍ତି। କୋରାପୁଟର ଜଳବାୟୁରେ ବର୍ଷ ସାରା ଛତୁ ଉତ୍ପାଦନ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking