30.1 C
Bhubaneswar
Friday, April 26, 2024
Homeଓଡିଶାବିଦ୍ୟାଳୟ ଗୃହରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବିଦ୍ୟାଳୟ ଗୃହରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ସରକାରୀ ଉଚ୍ଚବିଦ୍ୟାଳୟର ଏକ ଶ୍ରେଣୀ ଗୃହରେ ଜଣେ ଶିକ୍ଷକଙ୍କ ମୃତଦେହ ପଡିଥିବା ଆଜି ଦେଖିବାକୁ ମିଳିଛି । ଉକ୍ତ ଶିକ୍ଷକଙ୍କ ନାମ ବିଦ୍ୟାଧର ବିଶ୍ୱାଳ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବୋଲି ଜଣାପଡିଛି । ସେ ବିଦ୍ୟାଳୟରେ ରହୁଥିଲା ବେଳେ ବୁଧବାର ସକାଳେ ଅନେକ ସମୟ ପର୍ଯ୍ୟନ୍ତ ଉଠି ନଥିବା ଜାଣି କେତେକ ଲୋକ ଶ୍ରେଣୀ ଗୃହରେ ପସି ଦେଖିଲାବେଳକୁ ଶିକ୍ଷକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏ ସମ୍ବନ୍ଧରେ ମାଥିଲି ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ କେଉଁ କାରଣରୁ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ଜାରି ରଖିଥିବା ଜଣାପଡିଛି । ତଦନ୍ତ ଓ ଶବ ବ୍ୟବଚ୍ଛେଦ ପରେ ଶିକ୍ଷକଙ୍କ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।

ନିର୍ବନ୍ଧ ପୂର୍ବରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking