39.1 C
Bhubaneswar
Friday, April 26, 2024
Homeଓଡିଶାଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ସୋର : ଗତ ୮ବର୍ଷ ତଳେ ବାପା ଓ ମାଆଙ୍କୁ ହରାଇ ଛେଉଣ୍ଡ ହେଇଥିଲେ ମୁନିସିପାଲିଟି ଅଧୀନ କାଳିପଡିଆ ଗ୍ରାମର ଆଦିବାସୀ ସଂପ୍ରଦାୟର ନାଥୁଲା ସିଂଙ୍କ ପୁଅ ଓ ଝିଅ । ଜୀବଦ୍ଦଶାରେ ନାଥୁଲାଙ୍କ ସମ୍ବଳ କହିଲେ ସରକାରୀ ଜାଗାରେ ଅଧା ଭଙ୍ଗା କୁଡ଼ିଆଟିଏ । ପର ଘରେ ମୁଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ନାଥୁଲାଙ୍କ ସହ ପତ୍ନୀ ଶକୁନ୍ତଳା ଅଳ୍ପ ସମୟ ବ୍ୟବଧାନରେ ଆରପାରିକି ଚାଲିଗଲା ପରେ ଝିଅ ରେଣୁକାର ସଂସାର ସ୍ୱପ୍ନ ମଉଳି ଯାଇଛି । ଏବେ ୨୮ବର୍ଷ ବୟସରେ ଅବିବାହିତା ରେଣୁକା ସାନଭାଇ ପ୍ରତାପର ଭବିଷ୍ୟତ ଚିନ୍ତାରେ ସେହି ଭଙ୍ଗା କୁଡ଼ିଆରେ ସରକାରୀ ସହାୟତାକୁ ଅପେକ୍ଷା କରି ଜୀବନ କାଟୁଥିବା ଜଣାଯାଇଛି । ସେମାନେ ରହୁଥିବା କୁଡିଆର ଝାଟିମାଟି କାନ୍ଥ ଅଧା ଭାଙ୍ଗି ଧସେଇବାକୁ ଆଉ ଲଗାଣ ବର୍ଷାର ଅପେକ୍ଷାରେ ଅଛି । ଚାଳ ଛପରଟି ଅମ୍ପନରେ ଉଡିଗଲା ପରେ ଏବେ ଛିଡା ପଲିଥିନ୍ ଖଣ୍ଡେ ଛପର କାମରେ ଆସିଛି ।

ଆଦିବାସୀ, ଅଶିକ୍ଷିତ ଅବହେଳିତ ଆଉ ଅସହାୟ ବୋଲି ସେମାନଙ୍କ ଆବଶ୍ୟକତାର ସ୍ୱର ସରକାରୀ ବାବୁଭାୟାଙ୍କ କାନରେ ପଡୁନି । ଏବେ ଅନେକ ସ୍ୱଚ୍ଛଳ ବର୍ଗର ଲୋକେ ସମସ୍ତ ସରକାରୀ ସହାୟତାକୁ କୌଶଳରେ ହାତେଇଥିବା ନେଇଥିବାର ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ ନାଲିଫିତା ତଳେ ଚାପି ହୋଇଯାଉଥିବା ବେଳେ ପାଇବା ଯୋଗ୍ୟ ହିତାଧିକାରୀଙ୍କ ଆତୁର ନିବେଦନ ନିଷ୍ପ୍ରଭ ହେଉଛି । ରେଣୁକା ଆଉ ପ୍ରତାପ ସ୍ଥାନୀୟ ଶାସକ ଆଉ ପ୍ରଶାସକଙ୍କୁ ବହୁ ଆବେଦନ କରିଥିଲେ ବି ଅଦ୍ୟାବଧି କେବଳ ପ୍ରତିଶ୍ରୁତି ମିଳିଛି । ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ୍ କାର୍ଡରୁ ବଞ୍ଚିତ ।

ସରକାରୀ ଘୋଷଣାରେ ଭୂମିହୀନଙ୍କୁ ଜମିପଟ୍ଟା ନାହିଁ କି ପ୍ରଧାନମନ୍ତ୍ରୀ ଯୋଜନାରେ ଗୃହ ବି ନାହିଁ । ବିପିଏଲ ଯୋଜନାରେ ବିଦ୍ୟୁତ୍ ସଂଯୋଗ ନାହିଁ । ପର ଘରେ ପାଇଟି କରି ପେଟକୁ ଦୁଇଓଳି ଦାନା ଜୁଟାଇବାରେ ଅସମର୍ଥ ଥିବା ରେଣୁକାର ଆଗକୁ ବଢ଼ିବାର ସ୍ୱପ୍ନ ମଉଳି ଯାଇଛି । ଏବେ କରୋନା ସମୟରେ ଘୋଷିତ ଲକଡାଉନ୍ ବେଳେ ଏହି ବାପ-ମା’ ଛେଉଣ୍ଡ ଦୁଇ ଭାଇଭଉଣୀଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ତେବେ ଦେଖାଯାଉ ଗରିବ ଅସହାୟଙ୍କ ପାଖରେ ସରକାରୀ ଯୋଜନାର ସୁଫଳ କେବେ ପହଂଚୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking