39.1 C
Bhubaneswar
Friday, April 26, 2024
Homeଓଡିଶାଶିକ୍ଷକମାନେ ନିଜେ ଆସି ଟିକା ନିଅନ୍ତୁ, କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଶିକ୍ଷକମାନେ ନିଜେ ଆସି ଟିକା ନିଅନ୍ତୁ, କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ । ଆମେ ଯେଉଁ ବୟସ ଅନୁଯାୟୀ ଟିକାକରଣ କରୁଛୁ, ସମସ୍ତ ଶିକ୍ଷକ ସେଥିରେ ଅନ୍ତର୍ଭୁକ୍ତ । ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି, ସେମାନେ ନେବା କଥା । ଯଦି ଏଯାଏଁ ଟିକା ନେଇନାହାଁନ୍ତି, ତେବେ ସ୍ୱତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର ଏନେଇ ଅନୁରୋଧ କରିଛନ୍ତି । ସେହିପରି ଆଇସିଏମଆର ଆଣ୍ଟିବଡି ରିପୋର୍ଟ ଓ ରାଜ୍ୟ ରିପୋର୍ଟ ଭିନ୍ନ ବୋଲି କୁହାଯାଇଛି । ଆମ ରାଜ୍ୟର ସ୍ଥିତି ଆଇଏଲଏସ ଠାରୁ ଜାଣିବା ପରେ, ଯଦି କମ ଆଣ୍ଟିବଡି ଥିବ ତେବେ ତାହାର ବ୍ୟବସ୍ଥା କରାଯିବ । ଆଇସିଏମଆର କର୍ତ୍ତୃପକ୍ଷ କଣ ରିପୋର୍ଟ ଦେଉଛନ୍ତି ତାହାକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି । ଆମର ସର୍ଭିଲାନ୍ସ ରଖିବା ହେଉଛି ଆମର ମୁଖ୍ୟ କାର୍ଯ୍ୟ । ସରକାର ଯେଉଁ ଭଳି ଭାବେ କୋଭିଡ କଟକଣା ମାନିବାକୁ କହିଛନ୍ତି ସେହିପରି ସ୍କୁଲ କର୍ତ୍ତୃପକ୍ଷ ତାହାକୁ ତଦାରଖ କରିବେ । ସେହିପରି ରାଜ୍ୟର ସ୍ଥିତି ଭଲ ଅଛି, ଯଦି ଦୁଇ ତିନୋଟି ଜିଲ୍ଲାରେ ପଜିଟିଭିଟି ଅଧିକ ରହିଛି, ସଂକ୍ରମଣ ନିମ୍ନଗାମୀ ହେଉଛି । ସରକାରଙ୍କ ନିୟମ ନ ମାନିଲେ ଏନଫୋର୍ସମେଣ୍ଟ ହେବ । ସଂକ୍ରମଣ ହାର ସହିତ ଆଡମିସନ ସଂଖ୍ୟା, ଗୁରୁତର ରୋଗୀଙ୍କ ସଂଖ୍ୟା ଦେଖନ୍ତୁ, ଆମ ସ୍ଥିତି ଭଲ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking