29.1 C
Bhubaneswar
Monday, May 6, 2024
Homeଓଡିଶାରିଷ୍ଟ୍ରକ୍‌ଚର ହେଉ ଡାକ୍ତରଙ୍କ ସର୍ଭିସ

ରିଷ୍ଟ୍ରକ୍‌ଚର ହେଉ ଡାକ୍ତରଙ୍କ ସର୍ଭିସ

ଭୁବନେଶ୍ୱର: ବିଭିନ୍ନ ଦାବିନେଇ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସ୍‌(ଓମସା) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଗତ ମାସରେ ଓଏଏସ୍‌ଙ୍କ ସର୍ଭିସ କ୍ଷେତ୍ରରେ ରିଷ୍ଟ୍ରକ୍‌ଚର କରିଥିବାବେଳେ ଡାକ୍ତରଙ୍କ ସର୍ଭିସ କ୍ଷେତ୍ରରେ ରିଷ୍ଟ୍ରକ୍‌ଚର କରାଯିବାକୁ ଓମ୍‌ସା ଦାବି କରିଛି । ଏହାବ୍ୟତୀତ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ପରିଚାଳନା ପାଇଁ ସରକାରୀସ୍ତରରେ ଆଉ ଏକ ପଦବୀ ସୃଷ୍ଟି କରାଯିବାକୁ ଦାବି କରାଯାଇଛି । ବର୍ତ୍ତମାନ ଆଡମିନିଷ୍ଟ୍ରେସନ୍ ଭାବରେ ବର୍ତ୍ତମାନ ହେଲ୍‌ଥ ସେକ୍ରେଟେରୀ ଅଛନ୍ତି । କିନ୍ତୁ ମେଡିକାଲ ମ୍ୟାନେଜମେଣ୍ଟ ପାଇଁ ଆଉ ଏକ ହେଲ୍‌ଥ ସେକ୍ରେଟେରୀ ପଦବୀ ସୃଷ୍ଟି କରାଯିବାକୁ ଓମ୍‌ସା ଦାବି କରିଛି । ସେହିପରି ରାଜ୍ୟରେ ମେଡିକାଲ ଟେକ୍ନିକାଲ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ତୁଲାଇବା ଲାଗି, ଆଉ ଜଣେ ସେକ୍ରେଟୋରୀ ପବଦୀ ସୃଷ୍ଟି କରାଯାଉ । ଏହାଛଡ଼ା ବର୍ତ୍ତମାନ ଯେଉଁ ଡାଇରେକ୍ଟୋରେଟ୍ ହେଲ୍‌ଥ ସର୍ଭିସ(ଡିଏଚ୍‌ଏସ୍‌) ବିଭାଗ ରହିଛି, ତାହାକୁ ପରିବର୍ତ୍ତନ କରାଯାଇ ଡାଇରେକ୍ଟୋରେଟ୍ ଜେନେରାଲ ହେଲ୍‌ଥ ସର୍ଭିସ(ଡିଜିଏଚ୍‌ଏସ୍‌) ବିଭାଗ ନୂତନ ଭାବେ ଖୋଲାଯାଉ ବୋଲି ଏମ୍‌ସା ସଭାପତି ଡାକ୍ତର ନାରାୟଣ ରାଉତ ଦାବି କରିଛନ୍ତି ।
ଡାକ୍ତର ରାଉତ କହିଛନ୍ତି ଯେ ବର୍ତ୍ତମାନ ଆୟୁଷ ବିଭାଗରେ ନିର୍ଦ୍ଦେଶକ ପଦବୀରେ ଥିବା ଡାକ୍ତରଙ୍କୁ ସ୍ପେଶାଲ ସେକ୍ରେଟେରୀ ର‌୍ୟାଙ୍କର ମାନ୍ୟତା ଦିଆଯାଇଛି । ସେହିଭଳି ଓମସା ଡାକ୍ତରମାନଙ୍କ ନିର୍ଦ୍ଦେଶକ ପଦବୀକୁ ସ୍ପେଶାଲ ସେକ୍ରେଟେରୀ ର‌୍ୟାଙ୍କ ଭାବେ ମାନ୍ୟତା ଦିଆଯାଉ । ଏହାବ୍ୟତୀତ ଓମସା ଦୀର୍ଘ ୧୦ ବର୍ଷଧରି ଦାବି କରି ଆସୁଥିବା ସିଜିଏଚ୍‌ଏସ୍ ନିୟମ ଅନୁଯାୟୀ ଡିଏସିବି ପ୍ରଦାନ କରାଯିବାକୁ ସେ ଦାବି କରିଛନ୍ତି ।
ଓମାସା ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ୮୦ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିଲାବେଳେ ୩୫% ଲୋକ ଗରିବ ଶ୍ରେଣୀର ଅଛନ୍ତି । ଯେଉଁମାନେ କି ସରକାରୀ ମେଡିକାଲ ଉପରେ ଚିକିତ୍ସା ପାଇଁ ନିର୍ଭର କରନ୍ତି । ହୁ ନିୟମ ଅନୁଯାୟୀ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଦରକାର । ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିକୁ ଦେଖିଲେ ରାଜ୍ୟ ପାଇଁ ୪୫ହଜାର ଡାକ୍ତର ଆବଶ୍ୟକ । କେଳବ ପେରିଫେରି ଅଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ସହଯୋଗ ପାଇଁ ୨୦ହଜାର ଡାକ୍ତର ଆବଶ୍ୟକ । ହେଲେ ରାଜ୍ୟରେ ମାତ୍ର ଓଏମ୍‌ଏଚ୍‌ଏସ୍ କ୍ୟାଡ୍‌ରରେ ମାତ୍ର ୮୭୧୯ ପଦବୀ ରହିଛି । ସେଥିରୁ ବର୍ତ୍ତମାନ ୨ହଜାର ଡାକ୍ତରୀ ପବଦୀ ପୂରଣ କରାଯାଇଛି । ରାଜ୍ୟରେ ଡାକ୍ତରଙ୍କ ଉପରେ ଚିକିତ୍ସା କ୍ଷେତ୍ରରେ ବହୁତ ପରିଶ୍ରମ କରିବାକୁ ପଡ଼ୁଛି । ଏହି ପରିପ୍ରେକ୍ଷୀରେଡାକ୍ତରଙ୍କ ସର୍ଭିସ ରିଷ୍ଟ୍ରକ୍‌ଚର କରାଯିବାକୁ ଓମ୍‌ସା ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking