29.1 C
Bhubaneswar
Sunday, April 28, 2024
Homeଓଡିଶାବୁଲା ପଶୁଙ୍କ ଭୋକ ମେଣ୍ଟାଉଛନ୍ତି ଶିକ୍ଷୟିତ୍ରୀ

ବୁଲା ପଶୁଙ୍କ ଭୋକ ମେଣ୍ଟାଉଛନ୍ତି ଶିକ୍ଷୟିତ୍ରୀ

ଭୁବନେଶ୍ୱର : କରୋନା ମହାମାରୀ ମଧ୍ୟରେ ଲୋକମାନେ ଖାଦ୍ୟ ସମେତ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । ଏହାସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲା ପଶୁମାନେ ଖାଦ୍ୟ ପାଇପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଭୁବନେଶ୍ୱର ବଡଗଡ ଅଞ୍ଚଳର ଶିକ୍ଷୟିତ୍ରୀ ଡ. ଶୁଭଶ୍ରୀ ଦାସ ଏମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ସେ ‘ହେଲ୍ସ ଫର୍ ହ୍ୟୁମାନିଟି’ ଅଭିଯାନ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସ୍ୱେଚ୍ଛାସେବୀମାନେ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର, ଗାଈ, ବିଲେଇ ଆଦି ପଶୁମାନଙ୍କୁ ବିରିୟାନି, ଭାତ, ଡାଲି, ମାଛ, ଗାଜର ଏବଂ ଅନ୍ୟାନ୍ୟ ଖାଦ୍ୟ ସହିତ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି ।

ପ୍ରତିଦିନ ଆଖପାଖ ଅଞ୍ଚଳର ୩୦ରୁ ଅଧିକ ବୁଲା ପଶୁମାନଙ୍କୁ ଖାଇବାକୁ ଦିଆଯାଉଛି ଏବଂ ଅନ୍‌ଲାଇନ୍ ପାଣ୍ଠି ସଂଗ୍ରହକାରୀ ସଂସ୍ଥା କେଟୋ ମାଧ୍ୟମରେ ପାଣ୍ଠି ସୃଷ୍ଟି କରାଯାଇଛି । ଡ଼. ଦାସଙ୍କ କହିବା ଅନୁସାରେ ପଶୁମାନଙ୍କ କ୍ଷେତ୍ରରେ ମଧ୍ୟ ଖାଇବା ଓ ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି । କିନ୍ତୁ ପାର୍ଥକ୍ୟ ହେଉଛି ଯେ ସେମାନେ ସେମାନଙ୍କର ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ । ଏମାନେ ଆମମାନଙ୍କ ବଳକା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ତେବେ ଲୋକମାନେ ଘରୁ ନବାହାରିବା, ହଟେଲ ଓ ଖାଇବା ଦୋକାନ ବନ୍ଦ ହୋଇଯିବା ହେତୁ ସେମାନଙ୍କୁ ଖାଦ୍ୟ ମିଳିପାରୁନାହିଁ । ତେଣୁ ଆମେ ପ୍ରାୟ ୨୦୦୦ରୁ ଅଧିକ ବୁଲା ପଶୁଙ୍କୁ ଖାଇବାକୁ ଦେବା ପାଇଁ ଯୋଜନା କରୁଛୁ ଏବଂ ସମସ୍ତଙ୍କ ସମର୍ଥନ ମିଳିଲେ ଆମେ ଏ ଲକ୍ଷ୍ୟ ହାସଲ କରିପାରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking