36.1 C
Bhubaneswar
Thursday, May 2, 2024
Homeଓଡିଶାଛାତ୍ରୀଙ୍କୁ ପ୍ରେମ କରି ଶିକ୍ଷକ ଗିରଫ

ଛାତ୍ରୀଙ୍କୁ ପ୍ରେମ କରି ଶିକ୍ଷକ ଗିରଫ

ଧର୍ମଶାଳା : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଚଳର ଜଣେ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ଛାତ୍ରୀଜଣକ ଗର୍ଭବତୀ ହେବା ପରେ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନାନୁସାରେ ରେଖିଦେଇ ପଞ୍ଚାୟତ ପାଇକରାପୁର ଗ୍ରାମର ରାଜକିଶୋର ରାଉତ(୩୦) ସ୍ଥାନୀୟ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି । ସେହି ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଏପରିକି ଶିକ୍ଷକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ।

ଫଳରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଉଭୟ ପରିବାର ଓ ପଡୋଶୀମାନେ ବସି ଏହାର ଆପୋଶ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ବିବାହ କରିବା ସମ୍ଭବପର ହୋଇ ନଥିଲା । ଏହି ଘଟଣା ପରେ ଶିକ୍ଷକ ଜଣକ ଫେରାର ହୋଇ ଯାଜପୁର ରୋଡ ଥାନା ଅନ୍ତର୍ଗତ କୋପଣ୍ଡ ଗ୍ରାମରେ ରହୁଥିଲେ । ତେବେ ଏସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇ ନାବାଳିକାକୁ ଉଦ୍ଧାର କରି ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ଜେନାପୁର ପୁଲିସ ଏକ ୧୮୯/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ରାଜକିଶୋର ରାଉତଙ୍କୁ ଗିରଫ କରିଥିଲେ । ଶନିବାର ପୁଲିସ ଉଭୟଙ୍କ ଡାକ୍ତରୀ ମାଇନା  କରାଇ ଅଭିଯୁକ୍ତ ଶିକ୍ଷକକୁ କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking