27.1 C
Bhubaneswar
Tuesday, May 7, 2024
Homeଓଡିଶାଭିନ୍ନକ୍ଷମଙ୍କୁ ଟୀକାକରଣ ସମ୍ପର୍କରେ ସତ୍ୟପାଠ ଦିଅ: ହାଇକୋର୍ଟ

ଭିନ୍ନକ୍ଷମଙ୍କୁ ଟୀକାକରଣ ସମ୍ପର୍କରେ ସତ୍ୟପାଠ ଦିଅ: ହାଇକୋର୍ଟ

କଟକ : ରାଜ୍ୟରେ ଭିନ୍ନକ୍ଷମଙ୍କୁ ଘରେ ଘରେ ଟିକାକରଣ ଓ  ମୋବଇଲ୍ ଟେଷ୍ଟିଂ  ସମ୍ପର୍କରେ ହାଇକୋର୍ଟ  ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଏପର୍ଯ୍ୟନ୍ତ ଓଡିଶାରେ କେତେ ଭିନ୍ନକ୍ଷମଙ୍କୁ ଟିକାକରଣ କରାଗଲାଣି ସେ ସମ୍ପର୍କରେ ସବିଶେଷ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ସେହିପରି ଅଦାଲତ କୋଭିଡ୍  ମୃତ୍ୟୁ ହାର ସମ୍ପର୍କରେ ମଧ୍ୟ ସାନି ସତ୍ୟପାଠ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଭିନ୍ନକ୍ଷମଙ୍କୁ ଘରେ ଘରେ ଟିକାକରଣ ଓ  ମୋବଇଲ୍ ଟେଷ୍ଟିଂ  ସମ୍ପର୍କରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ବିଭିନ୍ନ କାରଣରୁ କୋଭିଡ୍ ପରୀକ୍ଷା  ଓ ଟିକାକରଣ ପାଇଁ ଡାକ୍ତରଖାନାକୁ  ଯାଇପାରୁନଥିବା ବରିଷ୍ଠ ଲୋକ, ଭିନ୍ନକ୍ଷମଙ୍କ ନିମନ୍ତେ ମୋବାଇଲ୍ ସେବା ଯୋଗାଇଦେବାକୁ ଆବେଦନ ହୋଇଥିଲା ।

ରାଜ୍ୟର ରାଉରକେଲା ଓ ବ୍ରହ୍ମପୁର, କଟକ, ଭୁବନେଶ୍ୱର  ଭଳି ସ୍ଥାନରେ ମୋବାଇଲ୍ ସେବା ଯୋଗାଇ ଦିଆଯାଉଥିବାବେଳେ ଏହି ସେବା  ସମଗ୍ର ରାଜ୍ୟରେ ପ୍ରଚଳନ କରିବାକୁ ପ୍ରାର୍ଥନା କରାଯାଇଥିଲା । ଏପରି ବ୍ୟବସ୍ଥା କରାଗଲେ ଉପରୋକ୍ତ ଲୋକମାନଙ୍କୁ ଘରେ ଘରେ କୋଭିଡ୍ ଟିକାକରଣ ସହ କୋଭିଡ୍ ଟେଷ୍ଟିଂ କରାଯାଇପାରନ୍ତା ବୋଲି ଦର୍ଶାଯାଇଥିଲା । ଆବେଦନକାରୀ ଏହି ମାମଲାରେ ଦର୍ଶାଇଥିଲେ ଯେ ସର୍ବୋଚ୍ଚ ଅଦାଲତ କୋଭିଡ୍ ଟିକାକରଣ ସମ୍ପର୍କରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଏବଂ  ଗ୍ରାମାଞ୍ଚଳ ଲୋକ ତଥା  ପରିଚୟପତ୍ର ନଥିବା ଲୋକଙ୍କୁ ଟିକାକରଣ ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି । ଏପରିସ୍ଥଳେ ମୋବାଇଲ୍ ସେବାକୁ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ବୋଲି ଆବେଦନରେ ଦର୍ଶାଯାଇଛି ।

ଗତ ମେ’ ମାସ ୫ ତାରିଖରେ ହାଇକୋର୍ଟ ଏହାର ଶୁଣାଣି କରି  କୋଭିଡ୍ ଟିକାକରଣ ଉପରେ ଗୁରୁତ୍ୱ ଆରୋପ କରିବା ସହ କୌଣସି ଲୋକ ଯେପରି ଟିକାକରଣରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ  କହିଥିଲେ । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଅନ୍ୟପକ୍ଷରେ କୋଭିଡ୍ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ମଧ୍ୟ ସତ୍ୟପାଠ ଦେବାକୁ ହାଇକୋର୍ଟ କହିଥିଲେ । ଏଥିରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଉପରୋକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଏକ କମିଟି ଗଠନ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି । ଏହି କମିଟିରେ ଏଡିଏମ୍ ର‌୍ୟାଙ୍କ୍‌ର  ଜଣେ ଅଧିକାରୀଙ୍କୁ ଅଧ୍ୟକ୍ଷ  ଭାବେ  ନିଯୁକ୍ତି ଦିଆଯିବ । ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସାନି ସତ୍ୟପାଠ ଦେବାକୁ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking