38.1 C
Bhubaneswar
Friday, April 26, 2024
Homeଓଡିଶାପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷାରେ ରହିଲା ମାଟ୍ରିକ୍ ପ୍ରଶ୍ନପତ୍ର

ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷାରେ ରହିଲା ମାଟ୍ରିକ୍ ପ୍ରଶ୍ନପତ୍ର

କଟକ : ଆସନ୍ତା  ୩୦ ତାରିଖରୁ  ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ଏଥିଲାଗି  ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ପ୍ରଶ୍ନପତ୍ର, ଓଏମ୍‌ଆର ଆନସର ସିଟ୍‌, ଓଏମ୍‌ଆର ଆଟେଣ୍ଡାଣ୍ଟ୍ ସିଟ୍ ଆଦି ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା  ସମୁଦାୟ ୫୦୪ ଟି ସେଣ୍ଟରରୁ ପ୍ରାୟ ୪୫୦ ସ୍କୁଲ୍‌ରେ ପ୍ରଶ୍ନପତ୍ର ଏବଂ ଓଏମ୍‌ଆର ସିଟ୍ ଆଦି ପହଞ୍ଚିଥିବା ଜଣାପଡ଼ିଛି ।  ପ୍ରଶ୍ନପତ୍ର ଓଏମଆର ସିଟ୍ କଡ଼ା ସୁରକ୍ଷା ମଧ୍ୟରେ ନୋଡ଼ାଲ ସେଣ୍ଟରରେ ରଖାଯାଇଛି । ସୂଚନାଯୋଗ୍ୟ ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ, ପତ୍ରବିନିମୟ କୋର୍ସ ଆଦି ବିଭିନ୍ନ ବର୍ଗରୁ  ମୋଟ ୧୫ ହଜାର ୧୫୧  ପରୀକ୍ଷାର୍ଥୀ ୫୦୪ଟି ସେଣ୍ଟରରେ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି। କପି ରୋକିବା ଲାଗି ସମୁଦାୟ ୬୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ଏଥିରେ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୩୦ଟି ସ୍କ୍ୱାଡ୍ ରହିଥିବା ବେଳେ ଆଉ ୩୦ଟି ସ୍କ୍ୱାଡ୍ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଗଠିତ ହୋଇଥିବା ଜଣାପଡ଼ିଛି । ପରୀକ୍ଷା ସୁପରିଚାଳନା ଲାଗି ପ୍ରତି ସେଣ୍ଟରରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ(ଅବଜର୍‌ଭର୍‌)ନିୟୋଜିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking