26.1 C
Bhubaneswar
Tuesday, May 7, 2024
Homeଓଡିଶାଖୋଲିବ ମେଡିକାଲ କଲେଜ, ଆରମ୍ଭ ହେବ ପାଠପଢ଼ା

ଖୋଲିବ ମେଡିକାଲ କଲେଜ, ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର : ରାଜ୍ୟରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ । ଆରମ୍ଭ ହେବ ପାଠପଢ଼ା । ତେବେ ସରକାରୀଙ୍କ କୋଭିଡ ନିମୟ ମଧ୍ୟରେ ପାଠପଢା କରିବା ନେଇ ବୁଧବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଡିଏମ୍‌ଇଟିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ଅତ୍ୟନ୍ତ ସୁରକ୍ଷିତ ଭାବେ  ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ନର୍ସିଂ, ଫାର୍ମାସି, ଫିଜୋଥୋରପି ତଥା ମେଡିକାଲ ସାଇନ୍ସ ପାଠ୍ୟକ୍ରମ ଆରମ୍ଭ କରିବା ସହ କୋଭିଡ ଗାଇଡଲାଇନ୍‌କୁ ପାଳନ କରିବାକୁ ଚିଠିରେ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି । ଏହାବ୍ୟତୀତ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଥିଓରୀ ପାଠପଢ଼ା ଅନ୍‌ଲାଇନ୍‌ରେ ଜାରି ରହିବ । କେବଳ ପ୍ରାକ୍ଟିକାଲ, କ୍ଲିନିକାଲ କ୍ଲାସେସ ଏବଂ ପରୀକ୍ଷା ଲାଗି ସର୍ବାଧିକ ୫୦% ପିଲାଙ୍କ ନେଇ ଛୋଟଛୋଟ ଗ୍ରୁପ କରାଯିବ ।

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କୁ କଲେଜ ପ୍ରବେଶ କରିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ଲାଗି ଶ୍ରେଣୀକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କର କୋଭିଡ ଲକ୍ଷଣ ରହିଛି କି ନାହିଁ ସେଥିଲାଗି ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାକ୍ସ ପରିଧାନ, ସାମାଜିକ ଦୂରତ୍ୱ, ହାତ ଧୂଆ ଏବଂ ଅଜଥା ଗହଳି ନକରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ମଧ୍ୟ ରହିଛି । ସେହିପରି କ୍ଲିନିକାଲ ଏବଂ ପ୍ରାକ୍ଟିକାଲ ପାଇଁ ସ୍ୱତନ୍ତ୍ର ୩ଟି ବ୍ୟାଚ୍ କରାଯିବ । ଯେଉଁଥିରେ କୋଭିଡର ୨ଟିଯାକ  ଟିକା ନେଇଥିବା, ଗୋଟିଏ ଡୋଜ ଟୀକା ନେଇଥିବା ଏବଂ ଆଦୌଂ ଟିକା ନେଇଥିବା ଛାତ୍ରଛାତ୍ରୀଙ୍କୁ ରଖାଯିବ ।

ସେହିପରି କଲେଜ ତଥା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନିଜ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ଲାଗି ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷଙ୍କ ସହଯୋଗରେ ଟିକା ପ୍ରଦାନ ଲାଗି ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ମଧ୍‌ୟ କୁହାଯାଇଛି । ଛାତ୍ରବାସରେ ମଧ୍ୟ ଟିକା ନେଇଥିବା ଏବଂ ଟିକା ନେଇଥିବା ଛାତ୍ରଛାତ୍ରୀଙ୍କୁ ପୃଥକ ଭାବେ ରଖାଯିବ । ଟିକା ନେଇଥିବା ଛତ୍ରଛାତ୍ରୀଙ୍କ ଗ୍ରୁପଙ୍କ ଲାଗି ପାଠାଗାର ସମେତ ଡାଇନିଂକୁ ଯିବା ଲାଗି ବାରଣ କରାଯାଇଛି । ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ସଂଖାକୁ ଗୁରୁତ୍ୱ ଦେଇ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ର କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଛାତ୍ରାବାସ ପରିସରରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯିବ ।

ଯଦି କୌଣସି ଛାତ୍ରଛାତ୍ରୀଙ୍କର କୋଭିଡ ଲକ୍ଷଣ ଜଣାପଡ଼େ ସେମାନଙ୍କୁ ସେଠାରେ ରଖାଯିବ । କଲେଜରେ କୌଣସି କାର୍ଯ୍ୟକ୍ରମ, କ୍ରୀଡା କାର୍ଯ୍ୟକ୍ରମ କରିବାକୁ ବାରଣ ମଧ୍ୟ କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ କଲେଜର ପ୍ରଶାସନିକ ବ୍ଲକ, କାର୍ଯ୍ୟାଳୟ ଖୋଲିବାକୁ ଶ୍ରୀ ମହାପାତ୍ର ଚିଠିରେ ଦର୍ଶାଇଛନ୍ତି । ସେହିପରି କରୋନା ଆକ୍ରାନ୍ତ ଛଶତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାଲାଗି ଅନୁମତି ଦିଆଯିବ ନାହିଁ । ଏବଂ ସେହି ଛାତ୍ରଛାତ୍ରୀଙ୍କ ଲାଗି ପରେ ପୁଣି ପରୀକ୍ଷା ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ  ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ନାହିଁ ସେମାନଙ୍କର ପଜିଟିଭ ରିପୋର୍ଟ କଲେଜ କର୍ତ୍ତୃପକ୍ଷ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking