30.1 C
Bhubaneswar
Friday, April 26, 2024
Homeଓଡିଶାପ୍ରେମିକାକୁ ଜିଅନ୍ତା ଜାଳିଦେଲା, ପ୍ରେମିକ ଗିରଫ

ପ୍ରେମିକାକୁ ଜିଅନ୍ତା ଜାଳିଦେଲା, ପ୍ରେମିକ ଗିରଫ

ଗଞ୍ଜାମ : ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଏକ ଲୋମହର୍ଷଣ ଘଟଣା ଘଟିଛି । ପ୍ରେମିକା ଦେହରେ ସ୍ପିରିଟ୍ ଓ ନିଆଁ ଲଗାଇ ଜିଅନ୍ତା ଜାଳିଦେଲା ନୃସଂଶ ପ୍ରେମିକ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଅଭିଯୁକ୍ତ ପ୍ରେମିକ ହେଲେ ପ୍ରତାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ । ବୁଗୁଡ଼ା ବାଲିପଦର ଫାଣ୍ଡି ନିକଟ କଳମ୍ବ ଗ୍ରାମର ପ୍ରଶାନ୍ତ କୁମାର ଖାଡ଼ଙ୍ଗାଙ୍କ କନ୍ୟା ଶୁଭସ୍ମିତା ଖାଡ଼ଙ୍ଗା (୨୫)ଙ୍କ ସହ ତାଙ୍କର କିଛି ଦିନ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପ୍ରେମିକ କୃଷ୍ଣ ନିଜ ପ୍ରେମିକାକୁ ପ୍ରତାପୁର ଗ୍ରାମକୁ ଡକାଇ ଏକ ନିଛାଟିଆ ପରିତକ୍ତ ଘର ଭିତରେ ପ୍ରେମାଳାପ ପରେ କୌଶଳ କରି ତାଙ୍କ ଦେହରେ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲା । ଶୁଭସ୍ମିତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଜମା ହେବା ସହ ସ୍ଥାନୀୟ ପୁଲିସ, ଦମକଳ ବିଭାଗକୁ ଜଣାଇଥିଲେ । ତାଙ୍କୁ ଦରପୋଡା ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ତହସିଲଦାର ନୀତିଶ କୁମାର ତ୍ରିପାଠୀ ପହଞ୍ଚି ଯୁବତୀଙ୍କ ବୟାନ ନେଇଥିଲେ । ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି ଦରପୋଡା ଯୁବତୀକୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭସ୍ମିତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଅଭିଯୁକ୍ତର ମୋବାଇଲ ନମ୍ବର୍ ଟ୍ରାକକରି ପୁରୁଷୋତ୍ତମପୁର ସ୍ଥିତ କେଶପୁର ଛକରେ କାବୁ କରିଥିଲେ । ପୁଲିସ କେସ୍ ନଂ-୩୩୪/୨୧ରେ ଏକ ମାମଲା ରୁଜୁ କରି  ୩୦୨ ଦଫା ବଳରେ ତଦନ୍ତ ଚଲାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଯୁବତୀ ବ୍ୟବହାର କରିଥିବା ଚପଲ, ମୋବାଇଲ, ପୋଷାକ ଜବତ କରି ଜବତ ଚଳାଇଛନ୍ତି ।

ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ପ୍ରେମିକ କହିବା ପ୍ରକାରେ ଉଭୟେ ୨୦୧୫ ମସିହାରେ ବ୍ରହ୍ମପୁର ସହରରେ ପାଠ ପଢୁଥିବା ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେ ତାର ପ୍ରେମିକା ଦେହରେ ସ୍ପିରିଟ୍ ପକାଇନାହିଁ ବୋଲି କହିଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଗତ ୧୫ ଦିନ ହେଲା ଯୁବତୀ ଜଣକ ମୁଜାଗଡର ଏକ ମେଡିକାଲରେ ଲ୍ୟାବ୍‌ରେ ଟେକ୍‌ନିସିଆନ୍ ଭାବେ କାମ କରୁଥିଲେ । ସେ କେବେ ପ୍ରତାପୁର ଆସିଛନ୍ତି ସେ ନେଇ ପରିବାର ଲୋକେ କିଛି ଜାଣିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking