35.1 C
Bhubaneswar
Sunday, May 19, 2024
Homeଓଡିଶାବିବାହ ବିଛେଦ ମାମଲାର ତ୍ୱରିତ ଫଇସଲା ପାଇଁ ହାଇକୋର୍ଟରେ ଅନୁଭବ

ବିବାହ ବିଛେଦ ମାମଲାର ତ୍ୱରିତ ଫଇସଲା ପାଇଁ ହାଇକୋର୍ଟରେ ଅନୁଭବ

କଟକ: କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର  ତ୍ୱରିତ ଫଇସଲା ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ । ବୁଧବାର ଏହି ମାମଲାରେ ବର୍ଷା  ନିଜ ଓକିଲଙ୍କ ଜରିଆରେ ହାଜର ହୋଇ କପି ପାଇନଥିବା ଦର୍ଶାଇଥିଲେ ।  ହାଇାକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀଙ୍କ ଇଜିଲାସ ମାମଲାର ଶୁଣାଣି କରି  ବର୍ଷାଙ୍କୁ କପି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ କହିଛନ୍ତି । ସୂଚନାଯୋଗ୍ୟ, ଅନୁଭବ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ମାମଲାର ତ୍ୱରିତ ଫଇସଲା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। କଟକର ପାରିବାରିକ ଅଦାଲତଙ୍କୁ ଏହି ମାମଲାର ଶିଘ୍ର ଫଇସଲା କରିବାକୁ ହାଇକୋର୍ଟ ଆଦେଶ ଦିଅନ୍ତୁ ବୋଲି ଅନୁଭବ ପ୍ରାର୍ଥନା କରିଛନ୍ତି ।  ବର୍ଷା ଓ ଅନୁଭବଙ୍କ ବିବାହ ବିଛେଦ ମାମଲା ଏବେ କଟକର ପାରିବାରିକ ଅଦାଲତରେ ଶୁଣାଣି ଚାଲିଛି ।  କଟକର ପାରିବାରିକ ଅଦାଲତର  ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ କନ୍‌ସିଲିଏସନ୍ ଚାଲିଥିବାବେଳେ ବର୍ଷା ଏଥିରେ ସହଯୋଗ କରୁନଥିବା ଅନୁଭବ ଦର୍ଶାଇଛନ୍ତି । ଫଳରେ ମାମଲାର ତ୍ୱରିତ ଶୁଣାଣି ହୋଇପାରୁ ନାହିିଁ ସେ ଅଭିଯୋଗ କରିଛନ୍ତି । ଏପରିସ୍ଥଳେ ମାମଲାର ତ୍ୱରିତ ଫଇସଲା କରିବାକୁ ହାଇକୋର୍ଟ କଟକର ପାରିବାରିକ ଅଦାଲତଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁଭବ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking