24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶତାଲିବାନ ବର୍ବରତା : ଖାଦ୍ୟ ପସନ୍ଦ ନ ଆସିବାରୁ ଆଫଗାନ୍ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ 

ତାଲିବାନ ବର୍ବରତା : ଖାଦ୍ୟ ପସନ୍ଦ ନ ଆସିବାରୁ ଆଫଗାନ୍ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ 

କାବୁଲ: ତାଲିବାନି ମାନେ ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ନିଜର ମନମାନୀ ଆରମ୍ଭ କରିଦେଇଛନ୍ତି । ସେମାନେ ରୀତିମନ୍ତ ସେମାନଙ୍କ ନିୟମ କାନୁନ୍ ଲାଗୁ କରିସାରିଲେଣି । ତେଣୁ ଏବେ ଆଫଗାନିସ୍ତାନ ଛାଡ଼ିପାରିନଥିବା ନାଗରିକ ମାନେ ତାଲିବାନି ମାନଙ୍କ କ୍ରୁରତାର ସାମନା କରୁଛନ୍ତି । ଏହି କ୍ରମରେ ଆଉ ଏକ ହୃଦୟଥରା ଘଟଣା ଶୁଣିବାକୁ ମିଳୁଛି । ଜଣେ ମହିଳାଙ୍କୁ ତାଲିବାନି ମାନେ ଜିଅନ୍ତା ଜାଳି ଦେଇଛନ୍ତି । କାରଣ ମହିଳା ତିଆରି କରିଥିବା ଖାଦ୍ୟ ସେମାନଙ୍କୁ ପସନ୍ଦ ଆସି ନଥିଲା । ତେବେ ଆମେରିକା ଓ ଅଶରଫ୍ ଘନିଙ୍କ ସମର୍ଥକ ମାନଙ୍କୁ ଖୋଜିବା ପାଇଁ ତାଲିବାନି ମାନେ ଲୋକଙ୍କ ଘର ଘର ବୁଲୁଛନ୍ତି । ଏହି ସମୟରେ ଜଣେ ମହିଳାଙ୍କ ଘରେ ସେମାନେ ଯାଇ ପହଞ୍ଚିଥିଲେ ଏବଂ ଖାଇବା ତିଆରି କରିବାକୁ କହିଥିଲେ । ହେଲେ ଆତଙ୍କୀ ମାନଙ୍କୁ ଖାଇବା ପସନ୍ଦ ଆସି ନଥିଲା । ଏହାପରେ ନିର୍ଦ୍ଦୟୀ ତାଳିବାନି ମାନେ ଉକ୍ତ ମହିଳାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ବର୍ତ୍ତମାନ ଆଫଗାନିସ୍ତାନରେ ଆତଙ୍କବାଦୀ ମାନେ ଲୋକମାନଙ୍କ ଘରକୁ ଜୋରଜବରଦସ୍ତି ପଶି ଯାଉଛନ୍ତି । ଆଉ ସେଠାରେ ଥିବା ମହିଳାଙ୍କ ପ୍ରତି ଖୁବ୍ ଅତ୍ୟାଚାର କରୁଛନ୍ତି । ସେମାନେ ମହିଳାଙ୍କୁ ବଳପୂର୍ବକ ଖାଇବା ତିଆରି କରିବାକୁ କହୁଛନ୍ତି ଏବଂ ନୀରିହ ଲୋକଙ୍କ ରାସନ ବି ଲୁଟି ନେଇଯାଉଛନ୍ତି । ଖାଲି ସେତିକି ନୂହେଁ, ଯୁବତୀ ମାନଙ୍କୁ ଉଠାଇ ନେଇଯାଉଛନ୍ତି ଏବଂ ସେମାନଙ୍କୁ ବିବାହ କରୁଛନ୍ତି । ତାଲିବାନି ମାନେ ଯୁବତୀ ମାନଙ୍କୁ ସେକ୍ସ ୱର୍କର୍ ସଜାଇବାକୁ ଯାଇ ସେମାନଙ୍କୁ ଦେଶ ବାହାରକୁ ପଠାଇ ଦେଉଛନ୍ତି । ୨୦ ବର୍ଷ ପରେ ପୁଣି ଥରେ ଏହି କ୍ରୁର ତାଳିବାନି ମାନେ ଶାସନ ହାତେଇଥିବାରୁ ମହିଳା ମ।।ନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking