30.1 C
Bhubaneswar
Thursday, April 25, 2024
Homeଓଡିଶାଏସିଏଫ୍ ମୃତ୍ୟୁ ଘଟଣା : ସାମ୍ବାଦିକଙ୍କ ପ୍ରଶ୍ନରେ ଡିଏଫ୍‌ଓ ତାତିଲେ 

ଏସିଏଫ୍ ମୃତ୍ୟୁ ଘଟଣା : ସାମ୍ବାଦିକଙ୍କ ପ୍ରଶ୍ନରେ ଡିଏଫ୍‌ଓ ତାତିଲେ 

ପାରଳାଖେମୁଣ୍ଡ : ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ତାଙ୍କ ପରିବାର ପକ୍ଷରୁ ପାରଳା ଥାନାରେ ଅଭିଯୋଗ ହୋଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି କ୍ରାଇମ ବ୍ରାଞ୍ଚ ୩ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଜେରା କରିଥିବାର ଜଣାପଡିଛି । କ୍ରାଇମବ୍ରାଞ୍ଚ ତରଫରୁ ଆଜି ସକାଳ ୯.୩୦ ସମୟରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସ୍ଥାନୀୟ ପୋଲିସ ଗେଷ୍ଟହାଉସ ଠାରେ ଜେରା ଆରମ୍ଭ କରାଯାଇଥିଲା । ଜେରାର ସମ୍ମୁଖୀନ ହେବା ପରେ ଡିଏଫ୍‌ଓ ବାହାରକୁ ଆସିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଜେରା ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ହେଲେ ପାରଳା ଡିଏଫ୍‌ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ସଠିକ ଢଙ୍ଗରେ ରଖିନଥିଲେ । ସାମ୍ବାଦିକମାନଙ୍କ ଉପରେ ପାରଳା ଡିଏଫ୍‌ଓ ବିଭିନ୍ନ ପ୍ରଶ୍ନକୁ ନେଇ ତାତି ଉଠିବା ସହ ମୁଁ ଯାହା କହିବା କଥା ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛି । ଆବଶ୍ୟକ ହେଲେ ତାହା ସେମାନଙ୍କୁ ପଚାର କହି ଚାଲିଯାଇଥିଲେ ଡିଏଫ୍‌ଓ । ଏହାପରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଡିଏଫଓଙ୍କୁ ପ୍ରାୟ ୪ଘଣ୍ଟା ବିଭିନ୍ନ ଭାବେ ପଚରା ଉଚରା କରାଯାଇଥିଲା । ଏହାର ସମସ୍ତ ଦିଗକୁ ନେଇ ତର୍ଜମା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଏଫଓଙ୍କ ଉପସ୍ଥିତିକୁ ନେଇ ଭାଇରାଲ ଭିଡିଓ ସମ୍ପର୍କରେ କହିଥିଲେ ଯେ, ଏନେଇ ଅଧିକ ଖୋଳତାଡ କରାଯିବ । ଆବଶ୍ୟକ ପଡିଲେ ସନ୍ଦେହ ଘେରକୁ ଯେ କେହିବି ହୋଇଥିଲେ ମଧ୍ୟ ଲାଇଡିକ୍ଟେସନ ମଧ୍ୟ କରାଯାଇପାରେ ବୋଲି କହିଥିଲେ । ଏଥି ସହ ଆହୁରି ଆବଶ୍ୟକ ପଡିଲେ ଡିଏଫ୍‌ଓଙ୍କୁ ଦ୍ୱିତୀୟ ଥର ପାଇଁ ମଧ୍ୟ ଜେରା କରାଯାଇପାରେ । ସମସ୍ତଙ୍କ ବୟାନ ରେକଡକୁ ଯାଞ୍ଚ କରାଯାଇ ଘଟଣାର ସତ୍ୟାସତ୍ୟକୁ ପଦାକୁ ଆଣିବାକୁ ପ୍ରୟାସ ଚାଲିଛି ବୋଲି ପ୍ରକାଶ କରି ବିଦ୍ୟାଭାରତୀଙ୍କୁ କେବେ ଜେରା କରାଯିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ, ଅତି ଶୀଘ୍ର ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରାଯିବ । ଆଜିକୁ ୮ ଦିନ ହେଲା କ୍ରାଇମବ୍ରାଞ୍ଚ ଏଭଳି ଜେରା ଜାରି ରଖିଛି । ଆଜି ଅଷ୍ଟମ ଦିନରେ ଡିଏଫଓଙ୍କୁ ଜେରା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking