33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଫଗାନ କମାଣ୍ଡରଙ୍କୁ ଫାଶି ଦେଲା ତାଲିବାନ

ଆଫଗାନ କମାଣ୍ଡରଙ୍କୁ ଫାଶି ଦେଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କୁ ମୁକ୍ତ ଭାବରେ କାମ କରିବାକୁ ଦିଆଯିବା ନେଇ ପ୍ରତିଶ୍ରୃତି ଦେଇଥିଲା ଓ ଏହାସହିତ ମହିଳାଙ୍କୁ ବି କାମ କରିବାକୁ ସ୍ୱାଧୀନତା ଦେବା କଥା କହିଥିଲା । ହେଲେ ଏବେ ତାଲିବାନୀ କବଜାକୁ କିଛି ସମୟ ହେବା ପରେ ତାର କହିବା ଓ କରିବା ଭିତରେ ପାର୍ଥକ୍ୟ ଦେଖିବାକୁ ମିଳୁଛି । ଗତକକାଲି ଆଫଗାନ ସେନାର ତିନି ଜଣ କମାଣ୍ଡରଙ୍କୁ ତାଲିବାନ ସର୍ବସମ୍ମୁଖରେ ଫାଶି ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ତାଲିବାନ ବିରୋଧରେ ପ୍ରକାଶ ପାଉଥିବା ଖବର ପ୍ରସାରଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଏହି ଆତଙ୍କବାଦୀ ସଂଗଠନ। ଆଫଗାନୀ ଇମାମଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ମସଜିଦ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଇମାମ୍ ମାନେ ବୁଝାଇବେ ବୋଲି କୁହାଯାଇଛି । ଏହାସହ ଦେଶ ଛାଡ଼ି ନଯିବାକୁ ଲୋକଙ୍କୁ ବୁଝାଇବେ ଇମାମ। ସେହିପରି ଆଫଗାନିସ୍ତାନରେ ଚୀନ ପୁଞ୍ଜିନିବେଶ କରିବ ବୋଲି ତାଲିବାନ ସୂତ୍ରରୁ ସୂଚନା ମିଳିଛି । ତେବେ ଚୀନ ଆଫଗାନିସ୍ତାନର ବିକାଶ ପାଇଁ ପୁଞ୍ଜିନିବେଶ କଲେ ଏହାକୁ ସ୍ବାଗତ କରାଯିବ ବୋଲି ତାଲିବାନ ମୁଖପାତ୍ର ସୁହାଲି ସାହିନ୍ କହିଛନ୍ତି । ଗତମାସରେ ଚୀନ ବିଦେଶ ମନ୍ତ୍ରୀ ଓ ତାଲିବାନ ପ୍ରତିନିଧିଦଳ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking