24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଟିଭି ଆଙ୍କରଙ୍କୁ ଉଠାଇ ନ୍ୟୁଜ ପଢିଲେ ତାଲିବାନୀ ଆତଙ୍କୀ

ଟିଭି ଆଙ୍କରଙ୍କୁ ଉଠାଇ ନ୍ୟୁଜ ପଢିଲେ ତାଲିବାନୀ ଆତଙ୍କୀ

ନୂଆଦିଲ୍ଲୀ :ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କୁ ମୁକ୍ତ ଭାବରେ କାମ କରିବାକୁ ଦିଆଯିବା ନେଇ ପ୍ରତିଶ୍ରୃତି ଦେଇଥିଲା ଓ ଏହାସହିତ ମହିଳାଙ୍କୁ ବି କାମ କରିବାକୁ ସ୍ୱାଧୀନତା ଦେବା କଥା କହିଥିଲା । ହେଲେ ଏବେ ତାଲିବାନୀ କବଜାକୁ କିଛି ସମୟ ହେବା ପରେ ତାର କହିବା ଓ କରିବା ଭିତରେ ପାର୍ଥକ୍ୟ ଦେଖିବାକୁ ମିଳୁଛି ।
ତାଲିବାନ କବଳରେ ଆଫଗାନିସ୍ତାନ ମିଡିଆ । ନିଜ ନିୟନ୍ତ୍ରଣରେ ରଖିଛନ୍ତି ତାଲିବାନ ଆତଙ୍କବାଦୀ । ତାଲିବାନ ସବୁ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି । ମହିଳାଙ୍କୁ ସମ୍ମାନ ଦେବାକୁ ପ୍ରତିଶୃତି ଦେଇଥିବା ତାଲିବାନ ମହିଳାଙ୍କୁ ଆଦୌ ସହ୍ୟ କରିପାରୁନାହିଁ । ମହିଳା ସାମ୍ବାଦିକମାନଙ୍କୁ କାମ ବନ୍ଦ କରିବା ପାଇଁ ଧମକ ଦେଇଛି ତାଲିବାନ । ମହିଳା ସାମ୍ବାଦିକମାନେ ଭୟରେ ଥରହର । ମହିଳା କର୍ମଚାରୀମାନେ ଆଉ ଅଫିସ ଯାଉନାହାନ୍ତି । ରାଷ୍ଟ୍ରାୟତ୍ତ ଟିଭି ଆରଟିଏରେ କାମ କରୁଥିବା ଆଙ୍କର ସବନମ୍ ଦରୱାନ କହିଛନ୍ତି ତାଙ୍କୁ ଅଫିସ ନଯିବା ପାଇଁ ଆତଙ୍କୀମାନେ ଧମକ ଦେଇଛନ୍ତି । ବହୁ ଟିଭି ଚ୍ୟାନେଲର ମହିଳା ଆଙ୍କରମାନେ ଅନଲାଇନରେ ନ୍ୟୁଜ ପଢୁଥିବା ବେଳେ ତାଲିବାନ ଆତଙ୍କବାଦୀମାନେ ଗନ ପଏଣ୍ଟରେ ସେମାନଙ୍କୁ ଷ୍ଟୁଡିଓରୁ ବାହାର କରିଦେଇଥିଲେ । ଆଫଗାନିସ୍ତାନର ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ତାଲିବାନ ତାଙ୍କର ପ୍ରାୟ ୧୮ ମହିଳା ରିପୋର୍ଟଙ୍କୁ ଘରୁ କାମ କରିବା ପାଇଁ କହିଛି, ଯେ ପର୍ଯ୍ୟନ୍ତ ନୂଆ ସରକାରଙ୍କ ନିୟମ ଆସିନାହିଁ । ତାଲିବାନ କିଛି ଦିନ ପୂର୍ବରୁ କହିଥିଲା ଯେ, ମହିଳାମାନେ ବି ତାଙ୍କ ସରକାରରେ ସାମିଲ ହୋଇପାରିବେ । ହେଲେ ଏ ପ୍ରତିଶ୍ରୁତିକୁ ଭୁଲିଯାଇ ଭିନ୍ନ ଭିନ୍ନ ସ୍ଥାନରେ ମହିଳାଙ୍କ ଉପରେ ତାଲିବାନୀମାନେ ଅତ୍ୟାଚାର ଚଲାଇଛନ୍ତି ।
ପରେ ଏହି ଆତଙ୍କୀମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ନ୍ୟୁଜ ପଢିଥିଲେ । ମିଡିଆକୁ ତାଲିବାନ ଆତଙ୍କବାଦୀମାନେ ନିଜ କବଜାକୁ ନେଇଥିବାରୁ ସମ୍ବାଦ ପରିବେଷଣରେ ନିରପେକ୍ଷତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ବର୍ବରତା ଯେପରି ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ନହେବ ସେଥିପାଇଁ ତାଗିଦ କରୁଛି ତାଲିବାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking