25.1 C
Bhubaneswar
Thursday, May 9, 2024
Homeଅପରାଧଖଣ୍ଡଗିରିରେ ଚାହା ପିଇବା ବେଳେ ଖଣ୍ଡାଚୋଟ ମାମଲା; ବାବିନାଙ୍କ ବ୍ୟବ୍ୟସାୟୀକ ଆଡ୍ଡାକୁ ଭାଙ୍ଗିଲା ପୁଲିସ

ଖଣ୍ଡଗିରିରେ ଚାହା ପିଇବା ବେଳେ ଖଣ୍ଡାଚୋଟ ମାମଲା; ବାବିନାଙ୍କ ବ୍ୟବ୍ୟସାୟୀକ ଆଡ୍ଡାକୁ ଭାଙ୍ଗିଲା ପୁଲିସ

ଭୁବନେଶ୍ୱର: ଅପରାଧିଙ୍କୁ ରାଜଧାନୀରୁ ଘଉଡାଇବା ପାଇଁ ଭୁବେନଶ୍ୱର ଡିସିପି ପ୍ରତୀକ ସିଂଙ୍କ ନୂଆ ଫର୍ମୁଲାକୁ ରାଜଧାନୀର ବିଭିନ୍ନ ଥାନା ଏବେ ଆପଣାଇବାରେ ଲାଗିଛନ୍ତି । ଯଦି କୌଣସି ବ୍ୟକ୍ତି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛି ତେବେ ତାଙ୍କ ଅପରାଧିକ ଅଡ୍ଡା ସ୍ଥଳୀକୁ ବୁଲଡ୍ରୋଜର ଲଗାଇ ବିଏମ୍‌ସି ସହାୟତାରେ ଭାଙ୍ଗି ଦିଆଯାଉଛି । ସେଠାରୁ ଅପରାଧିଙ୍କ ନାମୁ ନିଶାନ ହଟାଇ ଦିଆଯାଉଛି। ଏହି କ୍ରମରେ ଆଜି ଖଣ୍ଡଗିରିରେ ଆଉ ଜଣେ ଅଭିଯୁକ୍ତଙ୍କ ପାଳି ପଡ଼ିଛି । ଶଶାଙ୍କ ଶେଖର ବଳିଆର ସିଂ ଓରଫ ବାପିନା ଙ୍କୁ ଗତ ୨ ଦିନ ତଳେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ପୁଲିସ ଗିରଫ କରିଥିଲା । ଆଜି ତାଙ୍କ ଆଡ୍ଡାକୁ ପୁଲିସ ଭାଙ୍ଗି ଦେଇଛି । ବିଏସ୍‌ସି ସହାୟତାରେ ତାଙ୍କ କବାଡିଆ ଦୋକାନକୁ ଭାଙ୍ଗି ଦିଆଯାଇଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ ଖୁସି ପ୍ରକଟ କରିଛନ୍ତି । ବାବିନାଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଥିଲା । ସୂଚନାଯୋଗ୍ୟ, ଗତ ୧୮ ତାରିଖ ସକାଳେ ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି ଜଣକ ନାକାଗେଟ ପଟୁ ଖଣ୍ଡଗିରୀ ଅଭିମୁଖେ ଯାଉଥିବା ସମୟରେ ବାବିନା ଏବଂ ତାଙ୍କ ସହଯୋଗୀ ମାନେ ମାରଣାସ୍ତ୍ର ନେଇ ଦୁଇଟି ମୋଟରସାଇକେଲ ଯୋଗେ ତାଙ୍କର ପିଛା କରିଥିଲେ । ପୀଡିତ ବ୍ୟକ୍ତି ଜଣକ ଖଣ୍ଡଗିରୀ ଛକ ନିକଟସ୍ଥ ଏକ ଚା ଦୋକାନରେ ଚା ପିଉଥିବା ସମୟରେ ବାବିନା ଏବଂ ତାଙ୍କ ସହଯୋଗୀ ମାନେ ପୂର୍ବରୁ ଥିବା ବିବାଦକୁ କେନ୍ଦ୍ର କରି ମାରଣାସ୍ତ୍ର ସହାୟତାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମରଣାନ୍ତକ ଆକ୍ରମଣରେ ପୀଡିତ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ବ୍ରହ୍ମଗିରି ପରେ ଭୁବନେଶ୍ୱରରେ ଭିଆଉଥିଲେ କାଣ୍ଡ
ବାବିନା ଜଣେ ପେଶାଦାର ଅପରାଧି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ବିଭିନ୍ନ ଥାନାରେ ତାଙ୍କ ନାମରେ ଅନେକ ଗୁଡ଼ିଏ ଅପରାଧିକ ମାମଲା ରହିଛି । କିଛ ବର୍ଷ ତଳେ ସେ ବ୍ରହ୍ମଗିରିରୁ ଭୁବନେଶ୍ୱର ଆସିଥିଲେ । ଏଠାରେ ଅପରାଧ ଘଟାଇବା ପରେ ଅପରାଧିକ ଭିତ୍ତିଭୂମୀକୁ ଆଧାର କରି ସେ ବାହୁବଳି ପାଲଟିଥିଲେ । ଖଣ୍ଡଗିରି ସ୍ଥିତ ଏକ ବଡ଼ ସରକାରୀ ଜମିକୁ ନିଜ କବ୍ଚାକୁ ନେଇ ଥିଲେ । ସେଠାରୁ ସେ ଏଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍‌୍ରଣ୍ଟ ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । କବାଡ଼ିଆ ଦୋକାନ ଖୋଲି ସ୍କ୍ରାପ ବ୍ୟବସାୟ କରୁ୍‌ଥିଲେ । ହେଲେ ଏଠାରେ ଅନେକ କିଛି ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା । ସେ ସେଠାରେ ଦେହ ବ୍ୟବସାୟକୁ ପ୍ରେତ୍ସାହନ ଦେଉଥିବା ନେଇ ପୁଲିସ ଜାଣିବାକୁ ପାଇଛି । ଏପରିକି ଖଣ୍ଡାରେ ଆକ୍ରମଣ ମାମଲା ଏହି କବାଡ଼ିଆ ଦୋକାନରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।

ଅନେକ ଅପରାଧ ଏକାଧିମ ମାମଲା
ଏସମ୍ପର୍କରେ ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତି ପୁରୀରେ ତାଙ୍କ ନାମରେ ୫ଟି ମାମଲା ରହିଛି । ବାବିନା ନାମରେ ଲୁଟ୍‌, ଛିନ୍‌ତାଇ, ଡକାୟତୀ ଏବଂ ଆର୍ମସ୍ ଆକ୍ଟରେ ବହୁ ଅପରାଧିକ ମାମଲା ରହିଛି । ଏପରିକି ପୁରୀ ଜିଲାରେ ବାବିନା ନାମରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ରହିଛି । ତେବେ ଏହା ଜଣା ପଡିବା ପରେ କମିଶନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ତଡି ପାର କରିବାକୁ ଏଭଳି ପଦକ୍ଷେପ ନେଇଛି । ଯେପରିକି ସେ ଜେଲରୁ ବାହାରିବା ପରେ ରାଜଧାନୀରେ ତାଙ୍କର ଆଉ ସ୍ଥାୟୀ ଠିକଣା ରହିବନି ।

ଅନ୍ୟ ଅଭିଯୁକ୍ତ ଧରିବାକୁ ସ୍ୱତନ୍ତ୍ର ଟିମ୍‌
ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଏବେ ଫେରାର ହୋଇଯାଇଛନ୍ତି । ଏମାନଙ୍କୁ ଧରିବାକୁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଏହି ବ୍ରହ୍ନଗିରି ସମେତ ବିଭିନ୍ନ ସ୍ଥାନରେ ଛାପା ମାରୁଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ନେତାଙ୍କ ଛତ୍ରଛାୟରେ ଥିଲେ ବାବିନା!
ଜଣେ ରାଜନେତାଙ୍କ ଛତ୍ରଛାୟରେ ଥିଲେ ବାବିନା । ବାବିନା ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷକୁ ବିଭିନ୍ନ ସମୟରେ ଅଖି ଦେଖାଉଥିଲେ । ଛୋଟ ଛୋଟ କଥାରେ ଗାଳି ଗୁଲଜ କରୁଥିଲେ । ଏହି ଅଞ୍ଚଳରେ ଅନେକ ଗୁଡ଼ିଏ ଧର୍ମାନୁଷ୍ଠାନ ରହିଛି। ଏହାକୁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ଆସୁଥିଲେ । ଶ୍ରଦ୍ଧାଳୁମାନଙ୍କ ପାଇଁ ଏହି ଅପରାଧିକ ଆଡ୍ଡା ସ୍ଥଳି ଏକ ଭୟର ବାତାବରଣ ସୃଷ୍ଟି କରି ଆସୁଥିଲା । ହେଲେ ସେ ଜଣେ ରାଜନେତାଙ୍କ ଛତ୍ରଛାୟାରେ ରହୁଥିବାରୁ ତାଙ୍କ କାର୍ଯ୍ୟକଳାପ ଉପରେ ସମସ୍ତେ ଅଖି ବୁଜି ଦେଉଥିଲେ । ସେ ଏଠାରେ ବହୁ ଦିନ ହେବ ଅପରାଧିକ ଅଡ୍ଡାସ୍ଥଳି ଚଳାଉଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking