29.1 C
Bhubaneswar
Friday, May 17, 2024
Homeଅପରାଧଜେଲ ଗଲେ ବାୱରିଆ ଗ୍ୟାଙ୍ଗ; ଅନ୍ୟ ଅଭିଯୁକ୍ତଙ୍କୁ ଅପେକ୍ଷାରେ ପୁଲିସ

ଜେଲ ଗଲେ ବାୱରିଆ ଗ୍ୟାଙ୍ଗ; ଅନ୍ୟ ଅଭିଯୁକ୍ତଙ୍କୁ ଅପେକ୍ଷାରେ ପୁଲିସ

ଭୁବନେଶ୍ୱର: ଶେଷରେ ଜେଲ ଗଲେ ବାୱରିଆ ଗ୍ୟାଙ୍ଗର ସଦସ୍ୟ ମାନେ । ତାଙ୍କୁ ଜାମିନ ନ ମିଳିବାରୁ ଆଜି ଝାରପଡ଼ା ଜେଲ ପଠାଇ ଦିଆଯାଇଛି । ୟୁପି ଯିବାକୁ ଟ୍ରେନ୍ ଟିକଟ କାଟୁଥିଲା ବେଳେ ପୁଲିସ ହାବୁଡ଼ରେ ପଡ଼ି ଝାରପଡ଼ା ଜେଲ ଚାଲିଗଲେ । ତେବେ ପଚରାଉଚରା ବେଳେ ପୁଲିସକୁ ହାତରେ ସମ୍ପୃକ୍ତ ଗ୍ୟାଙ୍ଗ ସମ୍ପର୍କରେ ଅନେକ ଗୁଡ଼ିଏ ତଥ୍ୟ ମିଳିଛି । ବିଭିନ୍ନ ଅପରାଧରେ ସାମିଲ ଥିବା ଏହି ଗ୍ୟାଙ୍ଗର ମାତ୍ର ୪ ସଦସ୍ୟ ଗିରଫ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ଆହୁରି ଅଧିକ । ୟୂପିର ସ୍ୟାମଲିରୁ ଛୋଟ ଛୋଟ ଗ୍ୟାଙ୍ଗ ବନାଇ ଏମାନେ ଓଡ଼ିଶା ଆସିଥିବା ପୁଲିସ ଜାଣିବାକୁ ପାଇଛି ।

ଗିରଫ ହୋଇଥିବା ଗ୍ୟାଙ୍ଗ ବ୍ୟତିତ ଆହୁରୀ ୨ଟି ଗ୍ୟାଙ୍ଗ ଅପରେଟ୍ କରୁଥିବା । ଉତ୍ତର ଭାରତର କୁଖ୍ୟାତ ବାୱରିଆ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଦୀପ କୁମାର, ବିକାଶ, ରବି କୁମାର, ବାବୁ ରାମ। ସେମାନଙ୍କ ନାମରେ ଓଡ଼ିଶାରେ ୨୮ଟି ମାମଲା ରହିଛି । ସେମାନଙ୍କ ଠାରୁ ୨ଟି ଦିଲ୍ଲୀ ନମ୍ବର ବିଶିଷ୍ଟ ପଲସର ବାଇକ ଜବତ କରାଯାଇଛି । ଯାହା ଛିନତାଇ, ଚୋରି ଓ ଅନ୍ୟ ଅପରାଧରେ ବ୍ୟବହୃତ ଏହି ବାଇକ୍‌କୁ ପୁଲିସ ଜବତ କରିଛି । ସେହିପରି ସେମାନଙ୍କ ଠାରୁ ୧୬ଟି ସୁନା ଚେନ ପୁଲିସ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking