36.1 C
Bhubaneswar
Thursday, May 2, 2024
Homeଅପରାଧବିବାହ ଭୋଜିରୁ ନାବାଳିକାକୁ ଅପହରଣ, ୨ ଗିରଫ

ବିବାହ ଭୋଜିରୁ ନାବାଳିକାକୁ ଅପହରଣ, ୨ ଗିରଫ

ଖଜୁରିପଡା : ବିବାହ ଭୋଜିକୁ ଯାଇ ଘରକୁ ଫେରିଲାନି ନାବାଳିକା ଝିଅ । ଝିଅକୁ ଅପହରଣ କରି ନିଆଯାଇଥିବା ନେଇ ନାବାଳିକାଙ୍କ ମା ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଗତ ୧୭ ତାରିଖ ଦିନ ଦାତପାଯୁ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିଲା । ନାବାଳିକା ଜଣକ ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ସେହିଦିନ ସକାଳ ୭ ଟା ବେଳେ ଘରୁ ବାହାରିଥିଲେ । କିନ୍ତୁ ରାତି ହୋଇ ଯାଇଥିଲେ ସୁଦ୍ଧା ଘରକୁ ନ ଫେରିବାରୁ ଘର ଲୋକେ ଖୋଜା ଖୋଜି କରି ନ ପାଇ ନ ଥିଲେ । ଫଳରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ତେବେ ନାବାଳିକା ସଦର ଥାନାରେ ଥିବା ନେଇ ଆଜି ଥାନା ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା। ଘରଲୋକେ ଥାନାରେ ପହଞ୍ଚି ଝିଅ ଠାରୁ ଘଟଣା ବୁଝିଥିଲେ ।

ନାବାଳିକାଙ୍କ କହିବା ଅନୁଯାୟୀ, କ୍ଲାବୁରି ଗ୍ରାମର ରାହୁଲ ଗଣ୍ଡା ଏବଂ ଗଦାଧର ଗଣ୍ଡା ବିବାହ କାର୍ଯ୍ୟ ଚାଲିଥିବା ଘରର ପଛ ପଟରୁ ତାଙ୍କୁ ଏକ ମଟର ସାଇକେଲ ଦ୍ୱାରା ଉଠେଇ ନେଇଥିଲେ । ଗୋଟିଏ ଦିନ ପାଖରେ ରଖିଲା ପରେ ସଦର ଥାନାରେ ଆଣି ଛାଡ଼ି ଦେଇଥିଲେ। ତେଣୁ ଝିଅକୁ ଅପହରଣ କରାଯାଇଥିବା ନେଇ ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି ଘରଲୋକେ । ଖଜୁରୀପଡା ପୁଲିସ ୬୧/୨୩ରେ ଏକ ମାମଲା ରୁଜୁ କରିବା ସହ ଉଭୟ ରାହୁଲ ଓ ଗଦାଧରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଗେଲି କୁମାରୀ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking