43.9 C
Bhubaneswar
Friday, April 19, 2024
Homeଅପରାଧଚୋରି ସନ୍ଦେହରେ ମହିଳାଙ୍କୁ ରାସ୍ତାରେ ଘୋଷାଡ଼ି ମାଡ

ଚୋରି ସନ୍ଦେହରେ ମହିଳାଙ୍କୁ ରାସ୍ତାରେ ଘୋଷାଡ଼ି ମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ପିଟି ପିଟି ହତ୍ୟା କରାଯାଇଥିଲା । କିଛି ଦିନ ହେବ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଚୋରୀ କରିଥିବା ସନ୍ଦେହରେ ତାଙ୍କୁ ଦୁଇ ଜଣ ମହିଳା ମାଡ଼ ମାରୁଥିବା ସହ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଏଭଳି ଏକ ଭିଡ଼ଓ ମୋବାଇ ଠାରୁ ମୋବାଲ୍ ଘୁରିବୁଲୁଥିବା ଦେଖିବାକୁ ମିଳିଛି ।

ଉକ୍ତ ଭିଡ଼ିଓଟି ବ୍ରହ୍ମପୁର ସହରର ବଡ଼ ମେଡିକାଲ ଛକ ରାସ୍ତାରେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଆଜି ସକାଳେ ଦୁଇ ଜଣ ମହିଳା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ବଡ଼ ମେଡିକାଲ୍‌କୁ ଆସିଥିଲେ । ଏହି ସମୟରେ ଅନ୍ୟ ଜଣେ ମହିଳା ତାଙ୍କର କିଛି ସୁନା ଚୋରି କରୁଥିବା ସନ୍ଦେହ କରି ତାଙ୍କୁ ଧରିବା ପାଇଁ ଗୋଡ଼ାଇ ଥିଲେ । ପରେ ମେଡିକାଲ୍ ଫାଟକ ସମ୍ମୁଖରେ ଥିବା ରାସ୍ତାରେ ତାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କୁ ଉକ୍ତ ଦୁଇ ଜଣ ମହିଳା ରାସ୍ତାରେ ଘୋଷାଡି ଘୋଷାଡି ନେଉଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଉକ୍ତ ଦୃଶ୍ୟର ଭିଡ଼ିଓ କରିଥିଲେ । ଅନ୍ୟପକ୍ଷରେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଭାଇରାଲ ଭିଡ଼ିଓକୁ ଭିତ୍ତି କରି ପୁଲିସ ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking