28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଶୀନଗରରେ ଜି-୨୦ ବୈଠକ; ‘କଶ୍ମୀର ଏବେ ନୂଆ ଯୁଗ ଆଡ଼କୁ ଅଗ୍ରସର ହେଉଛି

ଶୀନଗରରେ ଜି-୨୦ ବୈଠକ; ‘କଶ୍ମୀର ଏବେ ନୂଆ ଯୁଗ ଆଡ଼କୁ ଅଗ୍ରସର ହେଉଛି

ଶ୍ରୀନଗର: ଶ୍ରୀନଗରରେ ମଙ୍ଗଳବାର ଜି-୨୦ ପର୍ଯ୍ୟଟନ ୱାର୍କିଂ ଗ୍ରୁପ୍‌ର ଦ୍ୱିତୀୟ ଦିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା ନାମ ନନେଇ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଜମ୍ମୁ-କଶ୍ମୀର ସର୍ବଦା ଜ୍ଞାନ ଏବଂ ମନୋରମ ସୌନ୍ଦର୍ଯ୍ୟ କେନ୍ଦ୍ର ରହିଆସିଛି । ୩୦ ବର୍ଷ ଧରି ପଡ଼ୋଶୀ ଦେଶ ପକ୍ଷରୁ ଜାରି ଆତଙ୍କ କାରଣରୁ ଏହାର ଶାନ୍ତି ପ୍ରଭାବିତ ହୋଇଛି । ସେ କହିଛନ୍ତି କଶ୍ମୀର ଏବେ ନୂଆ ଯୁଗ ଆଡ଼କୁ ଅଗ୍ରସର ହେଉଛି ।

ସେହିପରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଆମ ପାଖରେ ଏଠାରେ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ ରହିଛି । ଏଠାକାର ଯୁବ ସମାଜ ବହୁ ସତେଚନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ପ୍ରଦତ୍ତ ସୁଯୋଗକୁ ବୁଝିପାରିଛନ୍ତି । ଶ୍ରୀନଗରର ସାଧାରଣ ମଣିଷ ମୋଦୀଙ୍କ ଗ୍ଲୋବାଲ୍ ଜର୍ଣ୍ଣିଂର ଅଂଶୀଦାର ହେବାକୁ ଆଗ୍ରହୀ । ବୈଠକରେ ସାମିଲ ହେବାକୁ ଆସିଥିବା ବିଭିନ୍ନ ଦେଶର ପ୍ରତିନିଧିମାନେ ଆଜି କଶ୍ମୀରର ବହୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଯଥା ପରୀ ମହଲ, ଚଶ୍‌ମା ଶାହି, ନିଶାନ୍ ଗାର୍ଡେନ୍‌, ପୋଲୋ ଭ୍ୟୁ ମାର୍କେଟ୍ ବୁଲି ଦେଖିଛନ୍ତି । ଏହାପରେ ପ୍ରତିନିଧିମାନେ ଆୟୋଜିତ ଏକ ବିଶେଷ ଡିନର୍‌ରେ ଯୋଗ ଦେଇଥିଲେ ।

ଏହା ପୂର୍ବରୁ ସୋମବାର ଶେର୍‌ପା ଅମିତାଭ କାନ୍ତ କହିଥିଲେ, ଫିଲ୍ମ ସୁଟିଂ ପାଇଁ କଶ୍ମୀରଠାରୁ ଉନ୍ନତ ସ୍ଥାନ ଆଉ କେହି ହୋଇନପାରେ । ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଫିଲ୍ମ ପର୍ଯ୍ୟଟନ ବଢ଼ାଇବା ଉପରେ ଆମର ଫୋକସ୍ ରହିଛି । ସରକାର ଏଠାରେ ଲୋକେସନ୍ ଖୋଜିବା ଏବଂ ସ୍ଥାନାନ୍ତରରେ ଫିଲ୍ମ ନିର୍ମାତାଙ୍କୁ ସହାୟତା କରିବେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଗତକାଲିଠାରୁ ଏଠାକାର ଶେର୍‌-ଏ-କଶ୍ମୀର ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଦୁଇଦିନିଆ ଜି-୨୦ ପର୍ଯ୍ୟଟନ ୱାର୍କିଂ ଗ୍ରୁପ୍ର ଆୟୋଜନ ହୋଇଥିଲା । ସୋମବାର ଶ୍ରୀନଗର ପହଞ୍ଚିଥିବା ବିଦେଶୀ ପ୍ରତିନିଧିଙ୍କୁ ଏୟାରପୋର୍ଟରେ କଶ୍ମୀର ଯୁବତୀମାନେ ପାରମ୍ପରିକ ବେଶପୋଷକରେ ସ୍ୱାଗତ କରିଥିଲେ । ଏହି ବୈଠକରେ ଚୀନ୍‌, ତୁର୍କୀ, ସାଉଦୀ ଆରବ, ଇଣ୍ଡୋନେସିଆ ଏବଂ ଇଜିପ୍ଟ ସାମିଲ ହୋଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking