30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏବେ ଫାଇଭ ଷ୍ଟାର ନୁହେଁ ଜିରୋ ଷ୍ଟାର ହୋଟେଲରେ ନିଅନ୍ତୁ ମଜା

ଏବେ ଫାଇଭ ଷ୍ଟାର ନୁହେଁ ଜିରୋ ଷ୍ଟାର ହୋଟେଲରେ ନିଅନ୍ତୁ ମଜା

ନୂଆଦିଲ୍ଲୀ: ଆପଣ ମାନେ ଥ୍ରୀ ଷ୍ଟାର , ଫାଇଭ ଷ୍ଟାର ଏବଂ ସେଭେନ ଷ୍ଟାର ର ହୋଟେଲ କଥା ନିହାତି ଭାବରେ ଶୁଣିଥିବେ । କଣ ଆପଣ କେବେ ଜିରୋ ଷ୍ଟାର ର କଥା ଶୁଣିଛନ୍ତି କି । ଆପଣ ଏହାକୁ ମଜାକ ବୋଲି ଭାବି ମଧ୍ୟ ପାରିବେ । କିନ୍ତୁ ଏହା ସତ ଅଟେ । ପ୍ରଥମ ଜିରୋ ଷ୍ଟାର ହୋଟେଲ ଏବେ ଦୁନିଆରେ ଖୋଲି ଯାଇଛି ।
ସୁଇଜରଲ୍ୟାଣ୍ଡରେ ଦୁନିଆର ପ୍ରଥମ ଜିରୋ ଷ୍ଟାର ହୋଟେଲ ଖୋଲିଛି । ବିଶ୍ରାମ ନେବା ପାଇଁ ଏହି ହୋଟେଲ ରେ ଅନେକ ସୁବିଧା ରହିଛି । କିନ୍ତୁ କୈାଣସି ଝରକା କିମ୍ବା କବାଟ ନାହିିଁ ।ଏ ନେଇ ଏହି ହୋଟେଲ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି ।ଏହି ହୋଟେଲ କୁ ଫ୍ରେଙ୍କ ଏବଂ ପ୍ରୈଟ୍ରିକ ତିଆରି କରିଛନ୍ତି । ଏହି ହୋଟେଲ ରେ ଡବଲ ବେଜଡ ରହିଛି । ଆରାମ କରିବା ପାଇଁ ସମସ୍ତ ସୁବିଧା ରହିଛି । ଲୋକମାନେ ବି ଏହା କୁହନ୍ତି କି , ଆରାମଦାୟକ ବେଡସିଟ ଉପରେ ବସିଲେ କିଛି ସମୟ ପରେ ନିଦ ମଧ୍ୟ ଆସିଯିବ । ଏହି ହୋଟେଲ ସ୍ୱିଜରଲ୍ୟାଣ୍ଡର ବ୍ୟସ୍ତବହୁଳ ରାସ୍ତାର ପାଶ୍ୱର୍ରେ ଅବସ୍ଥିତ । ଯେଉଁଥି ପାଇଁ ଏଠାରେ ବହୁତ ଶବ୍ଦ ଶୁଣାଯାଏ । ଯଦିଓ ଏହି ହୋଟେଲ ରେ ଗୋପନୀୟତା ଭଳି କୈାଣସି ଜିନିଷ ନାହିଁ କିନ୍ତୁ ଏହି ହୋଟେଲ ରେ ଗୋଟିଏ ରାତି ପାଇଁ ଭଡା ୨୭୫ ପାଉଣ୍ଡ ଅର୍ଥାତ ୨୬,୪୫୩ ଟଙ୍କା ନିଆଯାଏ । ତେବେ ଲୋକମାନେ ଏହି ହୋଟଲରେ ବିଶ୍ରାମ ନେଇ ମଜା ଉଠାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking