30.1 C
Bhubaneswar
Monday, August 15, 2022
Homeଦେଶ ବିଦେଶଶେଷ ରାସ୍ତା ଯେଉଁଠି ସରିଛି ଦୁନିଆ, ଭୁଲରେ ବି ଏଠି ପାଦ ରଖନ୍ତୁ ନାହିଁ

ଶେଷ ରାସ୍ତା ଯେଉଁଠି ସରିଛି ଦୁନିଆ, ଭୁଲରେ ବି ଏଠି ପାଦ ରଖନ୍ତୁ ନାହିଁ

ନୂଆଦିଲ୍ଲୀ : ଛୋଟବେଳୁ ନିହାତି ଆପଣ ମାନଙ୍କ ମନରେ ଏହି କଥା ଆସୁଥିବ ଯେ ଦୁନିଆ ସରିଛି କେଉଁଠି । ଏହାର ଶେଷ ରାସ୍ତା କେଉଁଠି । ନା ରାସ୍ତା ପେରି ଲମ୍ବି ଲମ୍ବି ଚାଲିଛି । କିନ୍ତୁ ବଡ ହେବା ପରେ ସବୁ ପ୍ରଶ୍ନ ର ସିଧାସଳଖ ଉତ୍ତର ମିଳିଯାଏ । କିନ୍ତୁ ଆପଣ ଏମିତି ରାସ୍ତା ସମ୍ପର୍କରେ ଜାଣିଛନ୍ତି କି ଯାହାକୁ ଦୁନିଆର ଶେଷ ରାସ୍ତା କୁହାଯାଏ । ଅର୍ଥାତ ଏହି ରାସ୍ତାର ଆଗକୁ ଆଉ ଦୁନିଆ ନାହିଁ ।
ଇ-୬୯ : ଇ-୬୯ କୁ ଦୁନିଆର ଶେଷ ରାସ୍ତା ବୋଲି କୁହାଯାଇଥାଏ । ଏହି ସଡକ ନରବ୍ୱେ ରେ ରହିଛି । ଏହା ବିଷୟରେ କୁହାଯାଏ ଯେ ଏହି ଦେଶରେ କେବଳ ୪୦ ମନିଟ ରାତି ଅଛି ।
ନର୍ଥ ପୋଲ : ପୃଥିବୀର ଦୂରତମ ସ୍ଥାନ ହେଉଛି ନର୍ଥ ପୋଲ । ଏହି ଠାରେ ପୃଥିବୀର ଅକ୍ଷ ଘୂର୍ଣ୍ଣନ କରେ । ନରବ୍ୱେ ରେ ଏହି ସଡକ ରହିଛି । ଏଠାରୁ ଯାଉଥିବା ରାସ୍ତା କୁ ଦୁନିଆର ଶେଷ ରାସ୍ତା ବୋଲି କୁହାଯାଏ ।ଏହି ରାସ୍ତା ଆଗରେ ଅନ୍ୟ କୌାଣସି ରାସ୍ତା ନାହିଁ । ଏହା ଆଗରେ ବ୍ରଫ ଏବଂ ସମୁଦ୍ର ରହିଛି ।
ଇ-୬୯ ଲମ୍ବ : ଇ-୬୯ ରାସ୍ତାର ଲମ୍ବ ୧୪ କିଲୋମିଟର । ଏଠାରେ ଏକୁଟିଆ ଚାଲିବା କିମ୍ବା ଏକାକି ଗାଡି ଚଳାଇବା ସମ୍ପୁର୍ଣ୍ଣ ନିଷେଧ ।ଅନେକ କିଲୋମିଟର ପ ର୍ଯ୍ୟନ୍ତ ଏହି ରାସ୍ତାରେ ବରଫର ଏକ ମୋଟା ସିଟ୍ ରଖାଯାଇଛି । ଯେଉଁଥି ପାଇଁ ଏଠାରେ ସର୍ବଦା ଦୁର୍ଘଟଣାର ଆଶଙ୍କା ରହିଥାଏ ।
ଇ୬୯ ସଡକ ପୃଥିବୀର ଶେଷ ଭାଗ : ଏହି ରାସ୍ତା ଉତ୍ତର ପୋଲ ନିକଟରେ ରହିଛି ।ଏହି କାରଣରୁ ଶୀତ ରୁତୁରେ ଏଠାରେ କେବଳ ରାତି ହୁଏ । ବେଳେ ବେଳେ ସୂ ର୍ଯ୍ୟ ଏଠାରେ ଲଗାତାର ୬ ମାସ ପ ର୍ଯ୍ୟନ୍ତ ଦୃଶ୍ୟ ମାନ ହୁଅନ୍ତି ନାହିଁ । ଶୀତ ଦିନେ ଏଠାରେ ତାପମାତ୍ରା ମାଇନସ୍ ୪୩ ଡିଗ୍ରୀ ରେ ପହଁଚେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking