28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୯ ବର୍ଷ ଭିତରେ ଲଗାତାର ଭାବେ ଗୋଟିଏ ପରିବାରର ୬ ଶିଶୁଙ୍କ ମୃତ୍ୟୁ କୁ ନେଇ...

୯ ବର୍ଷ ଭିତରେ ଲଗାତାର ଭାବେ ଗୋଟିଏ ପରିବାରର ୬ ଶିଶୁଙ୍କ ମୃତ୍ୟୁ କୁ ନେଇ ପୋଲିସର ଖୋଳତାଡ଼ ..

କୋଚି : ବିଗତ ୯ ବର୍ଷରେ ମଲପୁରମ ର ତିରୁରୀ ଠାରେ ଏକ ଦମ୍ପନ୍ତି ଅଛନ୍ତି ଯାହାଙ୍କର ୬ ଜଣ ପିଲା ଥିଲେ ଏହି ୬ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଶିଶୁଅବସ୍ଥାରେ ମୃତୁ ହୋଇଥିବା ବେଳେ ଗୋଟେ ଝିଅ ୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କର ୩ ଜଣ ଝିଅ ଓ ୩ ପୁଅ ସନ୍ତାନ ଥିଲେ । ଏହି ସପ୍ତାହରେ ସେହି ପରିବାର ରେ ପୁଣି ଏକ ୩ ମାସର ଶିଶୁର ମୁତୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ସନ୍ଦେହରେ ବାତାବରଣ ସୃଷ୍ଟି ହୋଇଛି ।ପୋଲିସ ମୃତ ଦେହର ପୋଷ୍ଟ ବଟମ କରିବାକୁ ଦେଇଥିବା ବେଳେ ଏତେ କମ ବୟସରେ ଶିଶୁଙ୍କ ମୃତ୍ୟୁ କୁ ନେଇ ପଡୋଶୀ ଓ ସମ୍ପର୍କୀୟ ସନ୍ଦେହ ପ୍ରକଟ କରିବାରୁ ପୋଲିସ ତଦନ୍ତ ମଧ୍ୟ ଚଳାଇଛି । ଶେଷରେ ୩ ମାସର ଶିଶୁ ମୃତୁକୁ ନେଇ ସ୍ଥନୀୟ ଲୋକେ ଏ ନେଇ ପୋଲିସ ରେ ଜଣାଇବାରୁ ପୋଲିସ ଏତଲା ନେଇ ତଦନ୍ତ କରୁଛି ।
ମଲପୁରମ ଏସ୍ପି ଏ ନେଇ ୬ ଶିଶୁଙ୍କ ମୃତ ଦେହ କୁ ପୋତାଯାଇଥିବା ସ୍ଥାନରୁ କାଢି ପୋଷ୍ଟ ବଟମ ପାଇଁ ପଠାଇଛି । ଯେ ପର୍ଯ୍ୟନ୍ତ ଏହି ଘଟଣା ର କୋଣସି ସତ୍ୟାସତ୍ୟ ନ ଆସିଛି କୋଣସି ପ୍ରକାର ବାଜେ କଥା ପ୍ରଚାର କରିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ପ୍ରାକୃତିକ ଭାବେ ମୃତୁ ହୋଇଥିବା ବେଳେ ମୃତ ଦେହରେ କିଛି ବି ଚିହ୍ନ ନାହିଁ । ଏହା ସହ ସବୁ ମୃତ ଦେହର ଫରନସିକ ରିପୋର୍ଟ ପାଇଁ ମଧ୍ୟ ପୋଲିସ ପଠାଇଛି । ତିନି ମାସର ଶିଶୁର ମୃତ୍ୟୁବି ସାଧାରଣ କାରଣରୁ ହୋଇଛି ବୋଲି ଜଣାପଡିଛି । ଏହି ପରିବାର ମଧ୍ୟ ସବୁ ପ୍ରକାର ଯାଞ୍ଚ କରିବାକୁ ରାଜି ହେବା ସହ ସହଯୋଗ କରୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପରିବାର ଲୋକେ ମସ୍ତିଷ୍କ ଜନିତ ରୋଗରେ ଶିଶୁଙ୍କ ମୃତ୍ୟୁ ହୋଉଥିବା ଅଭିଯୋଗ କରୁଥିଲେ । ସୂଚନା ଅନୁସରେ ଶିଶୁକୁ ହସ୍ପିଟାଲ ନେଇଯିବା ରାସ୍ତାରେ ତାର ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking