32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ରାୟ - ଦରମା ଓ ପେନସନ ପାଇବା ସରକାରୀ କର୍ମଚାରୀଙ୍କ ଅଧିକାର

ସୁପ୍ରିମକୋର୍ଟଙ୍କ ରାୟ – ଦରମା ଓ ପେନସନ ପାଇବା ସରକାରୀ କର୍ମଚାରୀଙ୍କ ଅଧିକାର

ମାଲା ଦିକ୍ଷୀତ, ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ନିଜର ଏକ ପ୍ରମୁଖ ରାୟରେ କହିଛନ୍ତି ଯେ, ସରକାର ଉଚିତ କାମ ବଦଳରେ ଦରମା ଓ ପେନସନ ରୋକିପାରିବ ନାହିଁ । ଦରମା ଓ ପେନସନ ଦେବାରେ ଡେରୀ ହୋଇପାରେ କିନ୍ତୁ ସରକାରଙ୍କୁ ଉଚିତ ସୁଦ୍ଧ ଦେବାକୁ ପଡିବ । ଆଦାଲତ ଆନ୍ଧ୍ରପ୍ରଦେଶ ସରକାରଙ୍କୁ କଛିି ସମୟ ପାଇଁ ବନ୍ଦ କରିଥିବା ଦରମା ଓ ପେନସନ ଉପରେ ୬ ପ୍ରତିଶତ ଦର ଅନୁସାରେ ସୁଦ୍ଧ ଦେବା ପାଇଁ ଆଦେଶ ଦେଇଛନ୍ତି । ଏହାକୁ ପ୍ରଥମେ ହାଇକୋର୍ଟ ୧୨ ପ୍ରତିଶତ ସୁଦ୍ଧ ଦେବାକୁ ନିଷ୍ପତି ଦେଇଥିଲେ ।

ଆନ୍ଧ୍ରପ୍ରଦେଶ ସରକାର ଆଗକୁ ଆସୁଥିବା ଅର୍ଥ ସଙ୍କଟକୁ ଦୃଷ୍ଟିରେ ରଖି ମାର୍ଚ୍ଚ-ଏପ୍ରିଲ ୨୦୨୦ରେ ସରକାରୀ କର୍ମଚାରୀ ମାନଙ୍କ ଦରମା ଓ ପେନସନକୁ କିଛି ସମୟ ପାଇଁ ବନ୍ଦ କରିଥିଲେ । ସରକାର ଏହି ବିଷୟରେ ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହାପରେ ଏପ୍ରିଲରେ ସରକାର ୩ ଟି ବିଭାଗ ଯଥା- ଚିକିତ୍ସା, ପୋଲିସ ଓ ସଫେଇ କର୍ମଚାରୀ ମାନଙ୍କୁ ପୁର୍ଣ୍ଣ ଦରମା ଦେଉଥିଲେ ଓ ୨୬ ଏପ୍ରିଲକୁ ପୁର୍ଣ୍ଣ ପେନସନ ମଧ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରେ ପୁର୍ବି ଜିଲ୍ଲା ଏବଂ ସତ୍ର ନ୍ୟାୟାଧିଶ, ହାଇକୋର୍ଟରେ ରିଟ ପିଟିସନ ଦାଖଲ କରିଥିଲେ । ଏଥିରେ ସେ କହିଥିଲେ, ଦରମା ଓ ପେନସନ ପାଇବା କର୍ମଚାରୀ ମାନଙ୍କୁ ସେମାନଙ୍କ ଅଧିକାର କଥା କହି ରୋକା ଯାଇଥିବା ଦରମା ଓ ପେନସନର ଭରଣ କରାଯାଉ ।
ଏହି ମାସର ଅନ୍ତିମ ତାରିଖକୁ ଦରମା ମିଳିଯିବା ଆବଶ୍ୟକ

ହାଇକୋର୍ଟ ଏହି ଜନହିତ ଯାଚିକାରେ ବିସ୍ତୃତ ଆଦେଶ ପାରିତ କରିଥିଲେ । ହାଇକୋର୍ଟ କହିଥିଲେ କି, ଆନ୍ଧ୍ରପ୍ରଦେଶ ଫାଇନାନସିଆଲ କୋର୍ଡ ଅନୁସାରେ ଅନୁଚ୍ଛେଦ ୭୨ ମୁତାବକ ସରକାରୀ କର୍ମଚାରୀ ମାନଙ୍କୁ ପ୍ରତି ମାସରେ ଅନ୍ତିମ

ତାରିଖ ସୁଦ୍ଧା ଦରମା ମିଳିଯିବା ଆବଶ୍ୟକ । ଦରମା ଓ ପେନସନ ସେତେବେଳେ ରୋକାଯାଏ ଯେତେବେଳେ କର୍ମଚାରୀ ବିଭାଗୀୟ ଯାଞ୍ଚ କିମ୍ବା ନ୍ୟାୟିକ ପ୍ରକ୍ରିୟାରେ ଗମ୍ଭୀର ଦୋଷରେ ଦୋଷୀ ହୋଇଥାଏ ।

ହାଇକୋର୍ଟ କହିଥିଲେ ଦରମା ପାଇବା ବ୍ୟକ୍ତିର ସମ୍ବିଧାନ ଅନୁଚ୍ଛେଦ ୨୧ ରେ ମିଳିଥିବା ଜୀବନର ଅଧିକାର ଓ ଅନୁଚ୍ଛେଦ ୩୦୦ ରେ ମିଳିଥିବା ସମ୍ପତ୍ତି ଅଧିକାରରେ ଆସୁଛି । ହାଇକୋର୍ଟ, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ୧୨ ପ୍ରତିଶତ ସୁଦ୍ଧ ସହିତ ରୋକା ଯାଇଥିବା ଦରମା ଓ ପେନସନ ଦେବା ପାଇଁ ଆଦେଶ ଦେଇଛନ୍ତି । ଏହା ପୁର୍ବରୁ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ କିନ୍ତୁ ରାଜ୍ୟ ସରକାର କେବଳ ସୁଦ୍ଧ ଦେବା ପାଇଁ ଯାଚିକା ଦାୟର କରିଥିଲେ ।

ଦରମା ରୋକିବାରେ ରାଜ୍ୟ ସରକାର, ଏହା ପକ୍ଷ ରଖିଥିଲେ ଯେ, କୋରନା ମହାମାରୀରେ ହୋଇଥିବା ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀ ମାନଙ୍କ ଦରମା ଓ ପେନସନ ରୋକାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ନିଷ୍ପତି ଉଚିତ ଭାବରେ ନିଆଯାଇଥିିଲା । ଆଦେଶ ଜାରି ହେବା ପରେ ତୁରନ୍ତ ଫ୍ରଣ୍ଟ ଲାଇନ କର୍ମଚାରୀ ମାନଙ୍କୁ ଦରମା ଦିଆଯାଇଥିଲା ।

ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଏମଆର ଶାହା ପୀଠ ଗତ ଫେବୃଆରୀ ୮ ରେ ଆନ୍ଧ୍ରପ୍ରଦେଶର ଅପିଲରେ କହିଥିଲେ କି ରୋକା ଯାଇଥିବା ଦରମା ଓ ପେନସନ ରାୟକୁ ପୁଣି ଥରେ ଲାଗୁ କରାଯାଇଥିବା ନିଷ୍ପତି ଭୁଲ ନୁହେଁ । ନିୟମ କାନୁନ ମୁତାବିକ ଦରମା ଓ ପେନସନ ପାଇବା ସରକାରୀ କର୍ମଚାରୀଙ୍କ ଅଧିକାର ଅଟେ । କିନ୍ତୁ ଏଥିରେ ସୁଦ୍ଧରେ ୧୨ ପ୍ରତିଶତକୁ କମାଇ ଦିଆଯାଇପାରେ ।

କର୍ମଚାରୀ ମାନଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଛି ଯେ ,ହାଇକୋର୍ଟ ନିୟମ ବିରୁଦ୍ଧରେ କାମ କରିବା ପାଇଁ ସରକାର ଉପରେ ୧୨ ପ୍ରତିଶତ ଦର ସୁଦ୍ଧ ଲଗାଇଛି । ସୁପ୍ରିମକୋର୍ଟ ଏହି ପକ୍ଷରେ କହିଥିଲେ ଯେ, ସୁଦ୍ଧ ଦେବା ସରକାରକୁ ଦଣ୍ଡିତ କରିବା ଅର୍ଥରେ ନିଆଯିବା ଉଚିତ ନୁହିଁ । ସରକାର ଦରମା ଓ ପେନସନର ଭରଣରେ ବିଳମ୍ବ କରିଛନ୍ତି । ତାଙ୍କୁ ଉଚିତ ଦରରେ ସୁଦ୍ଧ ଦେବା ଉଚିତ । କୋର୍ଟ ରାଜ୍ୟ ସରକାରଙ୍କୁ ବିଳମ୍ବରେ ହୋଇଥିବା ଭରଣରେ ୬ ପ୍ରତିଶତ ସୁଦ୍ଧ ଦେବାକୁ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking