27.1 C
Bhubaneswar
Wednesday, May 8, 2024
Homeସ୍ୱାସ୍ଥ୍ୟରକ୍ତଚାପ ସମସ୍ୟାକୁ ଦୂର କରେ ସୂର୍ଯ୍ୟ କିରଣ

ରକ୍ତଚାପ ସମସ୍ୟାକୁ ଦୂର କରେ ସୂର୍ଯ୍ୟ କିରଣ

ଭୁବନେଶ୍ୱର: ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳଥାଏ । ସୂର୍ଯ୍ୟ କିରଣ ରକ୍ତଚାପ ମଧ୍ୟ ହ୍ରାସ କରିଥାଏ । ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି, ବ୍ରିଟେନ୍ ସ୍ଥିତ ୟୁନିଭରସିର୍ଟି ଅଫ୍ ସାଉଥମେଟନ୍ର ଗବେଷକ କହିଛନ୍ତି ଯେ, ସୂର୍ଯ୍ୟକିରଣ ଚର୍ମର ଓ ରକ୍ତରେ ମହଜୁଦ୍ ଥିବା ନାଇଟ୍ରିକ୍ ଅକ୍ସାଇଟର ସ୍ତର ପରିବର୍ତ୍ତନ କରିଥାଏ। ଚର୍ମରୁ ମିଳୁଥିବା ନାଇଟ୍ରିକ୍ ଅକ୍ସାଇଟ୍ ରକ୍ତଚାପ ନିୟନ୍ତ୍ରିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ସୂର୍ଯ୍ୟ କିରଣର ସଂର୍ଶ୍ପରେ ଆସିବା ଦ୍ୱାରା ଏହା କିଛି ପରିମାଣର ଚର୍ମ ବ୍ୟତୀତ ରକ୍ତ ପ୍ରବାହରେ ସାମିଲ ହୋଇଥାଏ । ଏହା ଦ୍ୱାରା ରକ୍ତ ଧମନୀରେ ଚାପ କମ୍ ହେବା ସହ ରକ୍ତଚାପ ହ୍ରାସ ହୋଇଥାଏ । ଗବେଷକଙ୍କ ମତରେ, ଅଧିକ ସମୟ ଯାଏଁ ସୂର୍ଯ୍ୟ କିରଣରେ ରହିବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ରହିଛି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସକାଳ ପ୍ରଥମ ସୂର୍ଯ୍ୟ କିରଣରେ ଭ୍ରମଣ କରିବା ଉଚିତ। ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking