27.1 C
Bhubaneswar
Tuesday, May 7, 2024
Homeଓଡିଶା୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ  ଯୁବତୀ

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ  ଯୁବତୀ

ସୁନ୍ଦରଗଡ଼ : ଘର ଛାତ ଉପରେ ମୋବାଇଲରେ କଥା ହେଉଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଜିଲ୍ଲାସଂସ୍କୃତି ବିଭାଗ ପାଠାଗାରରେ ଲାଇବ୍ରେରୀଆନ ଭାବେ କାର୍ଯ୍ୟରତ ପ୍ରମିଳା ସୋରେଙ୍ଗ (୨୭) ନାମ୍ନୀ ଏହି ଯୁବତୀ ଜଣକ ମହେଶଡିହି ନୂଆପଡାଠାରେ ରହୁଥିବା ଭଡାଘର ଛାତ ଉପରେ ଅନ୍ୟଜଣେ ବାନ୍ଧବୀ ଶିବାନୀ ହାଁସଦାଙ୍କ ସହ ମିଶି ଛାତଉପରେ ମୋବାଇଲ ଫୋନ୍‌ରେ କଥା ହେଉଥିଲେ । ଏହି ସମୟରେ ଅଜାଣତରେ ସେହି ପାଖଦେଇଯାଇଥିବା ୧୧ କେଭିର ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହଠାତ ସେ ଜଳିଯାଇଥିଲେ । ସେ ଜଳିଯାଉଥିବା ଦେଖି ପାଖରେ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି  ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖନାକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବତୀଙ୍କ ଘର ଲାଠିକଟା ବ୍ଲକ ଅସୁରଛାପଲରେ ବୋଲିଜଣାଯାଇଛି । ଘର ମାଲିକଙ୍କ ରିପୋର୍ଟ ପରେ ଟାଉନଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରମିଳା ବାପା ମାଙ୍କର ଏକମାତ୍ର ରୋଜଗାରକ୍ଷମ ଝିଅ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking