35.1 C
Bhubaneswar
Sunday, May 19, 2024
Homeଓଡିଶାପାଣି ପାଇଁ ତାତିଲେ ମହିଳା, ଗରା ଧରି  ଜାତୀୟ ରାଜପଥ ଅବରୋଧ

ପାଣି ପାଇଁ ତାତିଲେ ମହିଳା, ଗରା ଧରି  ଜାତୀୟ ରାଜପଥ ଅବରୋଧ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ହରିଜନ ସାହିର ଶତାଧିକ ମହିଳା ଗରା ଓ ବାଲ୍ଟି ଧରି ୫୩ ନଂ ଜାତୀୟ ରାଜପଥକୁ ବାରିହାପୁର ଛକ ନିକଟରେ ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ଗ୍ରାମରେ ପାନୀୟଜଳ ସମସ୍ୟା ବାରମ୍ବାର ଲାଗିରହିଥିଲା । ଏଥିନିମନ୍ତେ ସେମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିବାପରେ ମଧ୍ୟ କିଛି ସୁଫଳ ପାଇପାରିନଥିଲେ । ଅସହ୍ୟ ଗରମ ସାଙ୍ଗକୁ ପାଣିମୁନ୍ଦେ ପାଇଁ ବାଧ୍ୟହୋଇ ମହିଳା ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟପାଶ୍ୱର୍ରେ ଶହ ଶହ ଯାନବାହାନ ଅଟକି ରହିଥିଲା ।

ସ୍ଥାନୀୟ ସରପଞ୍ଚ ଦୁଷ୍ମନ୍ତ ନାୟକ ଓ ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ ପହଁଞ୍ଚି ଆନ୍ଦୋଳନକାରୀ ମହିଳାଙ୍କୁ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟଥିଲା । ଏହି ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କୁହନ୍ତି ଯେଉଁଠି ଓଭର ହେଡ ପାଣି ଟାଙ୍କି ବସିଛି । ସେଠାରୁ ପାଣି ଆସିବା ବେଳେ ବାଟରେ ୨୦ ରୁ ୨୫ ପରିବାର ପାନୀୟଜଳକୁ ବଗିଚାକୁ ଚୋରା କନେକ୍ସନ କରି ନେଇଛନ୍ତି । ଫଳରେ ଉପର ମୁଣ୍ଡ ହରିଜନ ସାହିକୁ ପାଣି ପହଁଞ୍ଚିବାରେ ବାଧାସୃଷ୍ଟି ହେଉଛି । ତେବେ ତୁରନ୍ତ ଚୋରା କନେକ୍ସନ ନେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତ । ଏ ସଂକ୍ରାନ୍ତରେ ସରପଞ୍ଚଙ୍କ ସହ ଆଲୋଚନା ହୋଇଛି । ଏଥିରେ କିଏ ବାଧାଦେଲେ ପୁଲିସରେ ଅଭିଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ଯନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking