33.1 C
Bhubaneswar
Friday, April 26, 2024
Homeଓଡିଶାଅଧା ମସ୍ତିସ୍କଥିବା ବିରଳ ଶିଶୁର ଚିକିତ୍ସା ପାଇଁ ମା’ର ଗୁହାରୀ

ଅଧା ମସ୍ତିସ୍କଥିବା ବିରଳ ଶିଶୁର ଚିକିତ୍ସା ପାଇଁ ମା’ର ଗୁହାରୀ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାର ଅଚଳରେ ଜନ୍ମ ନେଇଛି ଏକ ବିରଳ ଶିଶୁ ପୁତ୍ର । ଶିଶୁଟିର ମସ୍ତିସ୍କର ଅଧାଭାଗ ରହିଛି । ହେଲେ ମଧ୍ୟ ଶିଶୁଟି କ୍ଷୀର ପାନ କରିବାସହ ନିଶ୍ୱାସପ୍ରଶ୍ୱାସ ନେଇପାରୁଛି । ଶିଶୁଟି ଗତ ବୁଧବାର ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହେବାପରେ ଡାକ୍ତର ତାକୁ ଦେଖି ଶିଶୁଟି ମୃତ ଜନ୍ମ ହୋଇଛି ବୋଲି କହିଥିଲେ ।  ହେଲେ ସେହି ସମୟରେ ଶିଶୁଟି କାନ୍ଦିବାରୁ ଡାକ୍ତର ଶିଶୁଟି ଜୀବିତ ଅଛି କହି ତାକୁ ଚିକିତ୍ସା କରିବାସହ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ । ବୁର୍ଲାରେ ଡାକ୍ତର ଶିଶୁଟିର ଚିକିତ୍ସା ଆରମ୍ଭ କରିବାସହ ଶିଶୁଟି ଅଧିକ ସମୟ ଜିବୀତ ରହିବ ନାହିଁ, ତେଣୁ ତାକୁ କଟକ ବଡ ମେଡିକାଲ କିମ୍ବା ଘରକୁ ନେଇଯାଆନ୍ତୁ ବୋଲି ଅଫସାନା ଏବଂ ତାଙ୍କ ଭାଇକୁ କହିଥିଲେ ।

ଶିଶୁଟି ଜୀବିତ ଥିବାଯାଏଁ ତାର ଚିକିତ୍ସା ବୁର୍ଲାରେ କରିବା ପାଇଁ ଅଫସାନା କାକୁତି ମିନତୀ କରିଥିଲେ ହେଁ ଡାକ୍ତର ଶିଶୁକୁ କଟକ ଅଥବା ଘରକୁ ନେବା ପାଇଁ କହିଥିଲେ । ତେବେ ଅଫସାନାଙ୍କ ପାଖରେ କଟକ ଯିବା ପାଇଁ ଆବଶ୍ୟକ ଟଙ୍କା ନଥିବାରୁ ସେ ତାଙ୍କ ନବ ଜନ୍ମିତ ଶିଶୁ ପୁତ୍ରକୁ ଧରି ଘରକୁ ଫେରି ଆସିଛନ୍ତି । ଶିଶୁଟି ଏବେ ମଧ୍ୟ କ୍ଷୀର ପିଇ ପାରୁଛି, ନିଶ୍ୱାସ ପ୍ରଶ୍ୱାସ ନେଉଛି, କାନ୍ଦୁଛି । ଅଧା ମୁଣ୍ଡ ନଥିବା ଅବସ୍ଥାରେ ଶିଶୁଟି ଜନ୍ମ ହୋଇଥିଲେ ହେଁ ଆତ୍ୟାଧୁନିକ ଚିକିତ୍ସା ବିନା ୩ ଦିନରୁ ଊର୍ଦ୍ଧ୍ୱ ସମୟ ଜୀବନସହ ସଂଗ୍ରାମ କରି ସାରିଲାମି। ତେଣୁ ତାକୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଲେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବ ବୋଲି ଶିଶୁର ମା ଅଫସାନା ବେଗମ କହିଛନ୍ତି । ତେଣୁ ତାଙ୍କ ଶିଶୁ ପୁତ୍ରକୁ କିପରି ଚିକିତ୍ସା ମିଳି ପାରିବ ସେନେଇ ବ୍ୟବସ୍ଥା କରିବା ପାଇଁ ସେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking