26.1 C
Bhubaneswar
Tuesday, May 7, 2024
Homeଓଡିଶାହଜିଗଲା ମାନବିକତା, ରାସ୍ତାରେ ପଡିରହିଲା ମୃତଦେହ

ହଜିଗଲା ମାନବିକତା, ରାସ୍ତାରେ ପଡିରହିଲା ମୃତଦେହ

ଟ୍ରାକ୍ଟର ଦୁର୍ଘଟଣାରେ ଅଧ୍ୟାପକଙ୍କ ମୃତ୍ୟୁ
କପ୍ତିପଦା : କପ୍ତିପଦା ଥାନା ଅନ୍ତର୍ଗତ କପ୍ତିପଦା-ସେରଗଡ ୧୯ନଂ ରାଜ୍ୟ ରାଜପଥର ଜାମଛକ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଅଧ୍ୟାପକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ନୂଆସାହି କଲେଜ, କପ୍ତିପଦାର ଯୁକ୍ତ ତିନିର ବାଣିଜ୍ୟ ବିଭାଗ ଅଧ୍ୟାପକ ପୁରଷୋତ୍ତମ ପାଣି(୪୨) ବାଲେଶ୍ୱରରେ ଅଫିସ୍ କାର୍ଯ୍ୟ ସାରି ମୋଟରସାଇକେଲ୍‌ରେ କଲେଜ ଫେରୁଥିଲେ । ଏହି ସମୟରେ ଜାମଛକ ନିକଟରେ ଯାଉଥିବା ଏକ ଟ୍ରାକ୍ଟର ହଠାତ୍ ବ୍ରେକ ମାରିବାରୁ ପଛରେ ଯାଉଥିବା ଶ୍ରୀ ପାଣି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ଅଧ୍ୟାପକ ଶ୍ରୀ ପାଣିଙ୍କର ମୃତ୍ୟୁ ଘଟିଥିଲା । ତେବେ ଘଟଣାସ୍ଥଳରୁ ଟ୍ରାକ୍ଟରଟି ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଅଧ୍ୟାପକ ଶ୍ରୀ ପାଣିଙ୍କୁ ଟ୍ରାକ୍ଟର ଡ୍ରାଇଭର ରାସ୍ତାକଡ଼ରେ ଧୁ ଧୁ ଖରାରେ ଶୁଆଇଦେଇ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଛାଡ଼ି ପଳାଇଯାଇଥିଲା । ଏପରିକି ସଂପୃକ୍ତ ଗାଡିଚାଳକ ଦମକଳବାହିନୀ କିମ୍ବା ଥାନାକୁ ଏହି ଦୁର୍ଘଟଣା ସଂପର୍କରେ କୌଣସି ସୂଚନା ଦେଇନଥିଲା । ଯାହାଫଳରେ କି ମୃତ ଅଧ୍ୟାପକ ଶ୍ରୀ ପାଣିଙ୍କର ମୃତଦେହ ରାସ୍ତାକଡ଼ରେ ଅଧଘଣ୍ଟାଏ କାଳ ପଡ଼ିରହିଥିଲା ।

ପରେ ଦମକଳବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧ୍ୟାପକ ଶ୍ରୀ ପାଣିଙ୍କ ମୃତଦେହ ଡାକ୍ତରଖାନାକୁ ନେଇଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଧ୍ୟାପକ ଶ୍ରୀ ପାଣିଙ୍କ ଘର ବାଲେଶ୍ୱର ଜିଲ୍ଲାର ବସ୍ତା ଖଡିକାପଦା ଅଞ୍ଚଳରେ ଓ ତାଙ୍କର ପତ୍ନୀ ସହିତ ଏକ ୭ବର୍ଷର ଶିଶୁକନ୍ୟା ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking