30.1 C
Bhubaneswar
Friday, April 26, 2024
Homeଓଡିଶାନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର : ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍...

ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର : ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

 

ଭୁବନେଶ୍ୱର,  : ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ
ଅସ୍ତ୍ରୋପଚାର । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ସଫଳତାର
ସହ ବାହାର କରାଗଲା । ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍ ଇନ୍‌ଭାସିଭ୍ ମେଥଡ୍ ଦ୍ୱାରା ଏହା
କରାଯାଇପାରିଛି ।
ପଂଚାନନ ପାଣିଗ୍ରାହୀ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ଏକ ଟ୍ୟୁମର୍ ସୃଷ୍ଟି ହୋଇଥିଲା । ଏହା ଗନ୍ଧ
ବାରିପାରୁଥିବା ନର୍ଭ ସହିତ ଜଡିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଉଥିଲା । ସମ୍ ଅଲ୍ଟିମେଟ୍ ମେଡିକେୟାରର
ଇଏନ୍‌ଟି ଆଣ୍ଡ ସ୍କଲ୍ ବେଶ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ୍ ଏଣ୍ଡୋସ୍କୋପିକ୍ ଓ ସ୍କଲ୍ ବେଶ ସର୍ଜରୀ
ଦ୍ୱାରା ଏହି ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ ।
ସଂପୃକ୍ତ ରୋଗୀ ଜଣକଙ୍କ ନାକରୁ ରକ୍ତ ବାହାରୁଥିଲା, ମୁଣ୍ଡ ବିନ୍ଧୁଥିଲା ଏବଂ ସେ ଗନ୍ଧ ମଧ୍ୟ ବାରି ପାରୁନଥିଲେ । ଏହି
ସମସ୍ୟା ନେଇ ଚିକିତ୍ସା ନିମନ୍ତେ ସେ ଡଃ ସାହୁଙ୍କ ନିକଟକୁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ
ଅପରେସନ୍ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବିରଳ ପ୍ରକ୍ରିୟାରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲ୍ଫ ବଲ୍
ଆକାରର ଟ୍ୟୁମର୍ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରାଯାଇଥିଲା । ଏହାକୁ ଗ୍ଲୋମାନ୍‌ଜିଓପେରିସାଇଟୋମା ଅଥବା
ଜିପିସି ବୋଲି ମଧ୍ୟ କୁହାଯାଏ । ଏହି ଟ୍ୟୁମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଏବଂ ଠିକ୍ ଭାବେ ଏହାକୁ କଢ଼ା ନ ଗଲେ
ରୋଗୀ ପାଇଁ ଅନେକ ବିପଦ ଦେଖାଦେଇଥାଏ ବୋଲି ଡଃ ସାହୁ କହିଛନ୍ତି ।
ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟ୍ୟୁମରଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟ୍ୟୁମରର ମାତ୍ରା ମାତ୍ର ୦.୫ %
ଅଟେ ବୋଲି ଜଣାପଡିଛି ।
ଡଃ ସାହୁ କହିଛନ୍ତି ଯଦିଓ ପୂର୍ବରୁ ଓପନ୍ ଏକ୍ସଟ୍ରା ନାଜାଲ୍ ପଦ୍ଧତିରେ ଚିକିତ୍ସା କରାଯାଉଥିଲା ତେବେ ଏହା ଖୁବ୍
ବିପଦସଙ୍କୁଳ ଥିଲା । ବର୍ତମାନ ଅତ୍ୟାଧୁନିକ ମିନିମଲ୍ ଇନ୍‌ଭାସିଭ୍ ଏଣ୍ଡୋସ୍କୋପିକ୍ ଚିକିତ୍ସା ଦ୍ୱାରା ଏହାର ଚିତ୍ର
ବଦଳିଛି । ବିନା ଦାଗରେ ସର୍ଜରି କରାଯାଉଛି ଏବଂ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି । ହାତ ଗଣତି ସ୍କଲ ବେଶ୍
ସର୍ଜନ୍‌ଙ୍କ ମଧ୍ୟରେ ଡଃ ସାହୁ ଅନ୍ୟତମ । ସେ ପୂର୍ବରୁ ମଧ୍ୟ ଏଭଳି ଅନେକ ବିରଳ ଅସ୍ତ୍ରୋପଚାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking