37.1 C
Bhubaneswar
Thursday, March 28, 2024
Homeକରୋନାକରୋନା ପଜିଟିଭ ଆଥଲେଟଙ୍କ ପାଇଁ ସାଇ ପକ୍ଷରୁ ସ୍ୱତନ୍ତ୍ର SOP

କରୋନା ପଜିଟିଭ ଆଥଲେଟଙ୍କ ପାଇଁ ସାଇ ପକ୍ଷରୁ ସ୍ୱତନ୍ତ୍ର SOP

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଥିବା ଆଥଲେଟଙ୍କ ପାଇଁ ସ୍ପୋର୍ଟ୍ସ ଅଥରିଟ ଅଫ ଇଣ୍ଡିଆ (ସାଇ) ପକ୍ଷରୁ ପୁଣି ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅରେଟିଂ SOP ଜାରି କରାଯାଇଛି । କାରଣ କରୋନାରେ ଆକ୍ରାନ୍ତ ସୁସ୍ଥ ହୋଇ ଆରୋଗ୍ୟ ଲାଭ କରିଥିବା ଆଥଲେଟଙ୍କ ଅବସ୍ଥା କିରି ଅଛି ତାହା ଅନୁଧ୍ୟାନ କରିବା ପାଇଁ ସାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ମହିଳା ରେସଲର ଭିନେଶ ଫୋଗତ ଓ ତାଙ୍କ କୋଚ ଓମ ପ୍ରକାଶ ଦାହିୟାଙ୍କ ସମେତ ପୁରୁଷ ହକି ଦଳର ୬ ଖେଳାଳି ଓ ଏକାଧିକ ପୁରୁଷ ରେସଲର କରୋନାରେ ଆକ୍ରାନ୍ତ ହୋଇ ଥିଲେ । ତେବେ ସେମାନେ ଆରୋଗ୍ୟ ଲାଭ କରି ବର୍ତ୍ତମାନ ତାଲିମ ଶିବିରରେ ଯୋଗ ଦେଇଛନ୍ତି । ତେଣୁ ସେମାନଙ୍କ ଅବସ୍ଥା କିପରି ଅଛି ଓ ଅନ୍ୟମାନଙ୍କ ପ୍ରତି କୌଣସି କ୍ଷତି କରିବା ଆଶଙ୍କା ରହିଛିକି ନାହିଁ ତାହା ତଦାରଖ କରିବା ପାଇଁ ଏହି ନୂଆ SOP ଜାରି କରାଯାଇଛି । ସେହିପରି ସମସ୍ତ ତାଲିମ କେନ୍ଦ୍ରରେ ନିୟୋଜିତ ମେଡିକାଲ ଅଫିସରମାନେ କିପରି ଦାୟିତ୍ୱ ସମ୍ପାଦାନ କରୁଛନ୍ତି ତାହା ଦେଖିବା ପାଇଁ ସାଇ ଅଫିସିଆଲ୍ସଙ୍କୁ ନିର୍ଦ୍ଦେଶ ଦିଆଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking