32.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ଭୁବନେଶ୍ୱର, : କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ
କୋଭିଡକୁ ପରାସ୍ତ କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର
ଶତପଥୀ ।
ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର ଚିକିତ୍ସା
ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ
ହେବା ପରେ କ୍ୟାନ୍ସର ହସ୍ପିଟାଲ୍‌ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । କୋଭିଡ
ହସ୍ପିଟାଲ୍‌ରେ ଭର୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ ।
ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା
ଫଳରେ ସେ ସୁସ୍ଥ ହେବା ସହ କରୋନାକୁ ପରାସ୍ତ ମଧ୍ୟ କରିସାରିଛନ୍ତି । ହସ୍ପିଟାଲ୍‌ରେ ଭର୍ତି ହେବା
ସମୟରେ ଠିକ୍‌ରେ ଖାଇପାରୁ ନଥିବା ଏବଂ କେବଳ ତରଳ ପଦାର୍ଥ ଗ୍ରହଣ କରୁଥିବା ଏହି ବୟୋଜ୍ୟେଷ୍ଠ
ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍‌ରୁ ସୁସ୍ଥ ହୋଇପାରିଥିବା ନେଇ ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ସମ୍ପର୍କୀୟ ଶ୍ରୀ
ସବ୍ୟସାଚୀ ମିଶ୍ର । ଏନେଇ ସେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଜଣେ କ୍ୟାନ୍ସର ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ
ମୁରଲୀଧର କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନା ରୋଗୀଙ୍କ କ୍ଷେତ୍ରରେ ଆଶାଜନକ ବାର୍ତା
ପ୍ରଦାନ କରୁଛି । କୋଭିଡକୁ ଯେ ପରିଣତ ବୟସରେ ଓ ଭୟଙ୍କର ରୋଗ ଆକ୍ରାନ୍ତ ହୋଇଥିବା ସତ୍ୱେ
ପରାସ୍ତ କରିହେବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସମ୍ କୋଭିଡ ଟିମ୍‌ର ଉଦ୍ୟମ, ସେବା ଓ
ଯତ୍ନ ଫଳରେ ଏଭଳି ଅନେକ ବୟୋଜ୍ୟେଷ୍ଠ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତ ସୁସ୍ଥ
ହେଉଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking