34.1 C
Bhubaneswar
Thursday, April 25, 2024
Homeଓଡିଶାଗୋଲାମୁଣ୍ଡା ବ୍ଲକର ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୋଲାମୁଣ୍ଡା ବ୍ଲକର ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୋଲାମୁଣ୍ଡା : ପେଟପାଟଣା ପାଇଁ ନିଜର ଭିଟା ମାଟି ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଅନେକ ସମୟରେ କାମକରୁଥିବା ବେଳେ ଦାଦନଙ୍କ ମୃତ୍ୟୁ ଘଟି ନିଜର ମୃତଦେହ ଭିଟାମାଟି ଆସୁଥିବା ଘଟଣା ଦିନକୁ ବଢି ଚାଲିଥିବା ବେଳେ ଗୋଲାମୁଣ୍ଡା ବ୍ଲକର ପୁଣି ଦୁଇ ଦାଦନ ମୃତ୍ୟୁ ହୋଇ ନିଜ ଗ୍ରାମକୁ ତାଙ୍କର ଶବ ଅସୁଥିବା ଜଣାପଡିଛି ।
ଲେତର ପଞ୍ଚାୟତ ମକରାଗୁଡା ଗ୍ରାମର ଛବିଲାଲ ତାଣ୍ଡିଙ୍କ ୨୦ ବର୍ଷର ପୁଅ ଆକାଶ ତାଣ୍ଡି ଘର ଚଳାଇବା ପାଇଁ ସେପ୍ଟେମ୍ବର ମାସ ୧୮ ତାରିଖରେ ନିଜର ଭିଟାମାଟି ଛାଡି ସୁଦୂର ପୁନେ ସହରକୁ କାମ କରିବାକୁ ଯାଇଥିଲେ । ସେଠାରେ ସେ ଏକ କୋଠା କାମରେ ନିୟୋଜିତ ଥିବା ବେଳେ ଗତକାଲି ୧୯ ତାରିଖ ଦିନ ଲିଫ୍ଟ ମେସିନରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଖବର ଘରକୁ ଆସିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ପାଇଁ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ତାଙ୍କ ମର ଶରୀର ନିଜର ଗାଁକୁ ଆସୁଥିବା ଜଣାପଡିଛି । ଠିକ୍ ସେହିପରି ମହାଲିଙ୍ଗ ପଞ୍ଚାୟତ ଜୟନ୍ତପୁର ଗ୍ରାମର ବଣକୁ ମାଝୀଙ୍କ ୨୨ ବର୍ଷର ପୁଅ ପୁସ୍ତମ ମାଝୀ ହାଇଦ୍ରାବାଦର ଇଟା ଭାଟିକୁ କାମ କରିବାକୁ ଯାଇଥିବା ବେଳେ କାମ କରୁଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କର ମରଶରୀର ଆଜି ଆସିବ ବୋଲି ପରିବାର ଲୋକେ କହୁଛନ୍ତି । ଗୋଲାମୁଣ୍ଡା ବ୍ଲକରେ ପ୍ରତିବର୍ଷ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଘଟୁଥିବା ବେଳେ ଏଥିପ୍ରତି କେବେ ଲଗାମ ଲାଗିବ ତାହା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଦାଦନ ଚାଲାଣ ରୋକିବାର ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ । ଆଜି ଶ୍ରୀ ମଙ୍ଗରାଜ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୁଇ ପରିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking