28.1 C
Bhubaneswar
Saturday, April 27, 2024
Homeଅପରାଧହାଇଟେନ୍ସନ ଟାୱାରରୁ ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକର ମୃତଦେହ ଉଦ୍ଧାର

ହାଇଟେନ୍ସନ ଟାୱାରରୁ ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକର ମୃତଦେହ ଉଦ୍ଧାର

କେନ୍ଦୁଝର- ହାଇଟେନ୍ସନ ଟାୱାରରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ବଡ଼ବିଲ ପୋଲିସ । ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଡ଼ବିଲ ପୋଲିସ  ମୃତଦେହକୁ ଜବତ୍ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ବଡ଼ବିଲ ଥାନା ରୋଇଡା ଛକ ନିକଟ ଏକ ହାଇଟେନ୍ସନ ଟାୱାରରେ ରଶି  ସାହାଯ୍ୟରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକେ ବଡ଼ବିଲ ଥାନାକୁ ଖବର ଦେଇଥିଲେ। ଖବରପାଇ ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।  ମୃତଦେହ ଝୁଲୁଥିବା ରଶିଟି କୌଣସି ଏକ ଟ୍ରକର ବୋଲି ଅନୁମାନ କରାଯାଉଥିବା ବେଳେ, ମୃତ ଯୁବକ ଜଣେ ଟ୍ରକ ଡ୍ରାଇଭର କିମ୍ବା ହେଲ୍ପର ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ,ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି ।
-ଅନିଲ ନନ୍ଦ ଙ୍କ ରିପୋର୍ଟ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking