27.1 C
Bhubaneswar
Thursday, April 25, 2024
HomeUncategorizedପାଟଣାଗଡ ବିଜେପି ତରଫରୁ ସମୂହ ଦୀପ ଦାନ

ପାଟଣାଗଡ ବିଜେପି ତରଫରୁ ସମୂହ ଦୀପ ଦାନ

ପାଟଣାଗଡ, – ଦେଶରେ ତଥା ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବାରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଭାରତୀୟ ଜନତା ପାର୍ଟି ତର‘ରୁ ଆଜି ରାଜଖମାର ଦଶମତୀ ମନ୍ଦିର ଠାରେ କରୋନା ମହାମାରୀରୁ ରକ୍ଷା ତଥା ଗୃହମନ୍ତ୍ରୀ ଅମିତ ଶାହା ଙ୍କ ଆଶୁ ଆରୋଗ୍ୟ କାମନା କରି ମାଁ ଦଶମତୀଙ୍କ ନିକଟରେ ସମୂହ ଦୀପ ଦାନ ଏବଂ ପୂଜାର୍ଚ୍ଚନା କରାଯାଇଛି । ସକାଳ ୧୦ ଘଂଟା ସମୟରେ ନଗର ସଭାପତି ସୁଶାନ୍ତ ମହାନ୍ତି ଙ୍କ ନେତୃତ୍ୱରେ ପ୍ରଦୀପ ବଂଶଲ, ଓମପ୍ରକାଶ ଯୋଷି, ପ୍ରଦୀପ ପୁରୋହିତ, ଅଶୋକ କୁଅଁର, ରାଜେଶ ପୁରୋହିତ ମାନୁ ଦେବ, ସୁଶାନ୍ତ ଦାଶ, ଆଲୋକ ପାଣିଗ୍ରାହୀ, ମାଣିକ୍ୟ ସାହୁ, ରାନା ଚିନ୍ଦା, ବାବୁଲୁ ଦାସ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ସୁଚନା ଯୋଗ୍ୟ ଯେ, ସାରା ଦେଶରେ ଏବେ କରୋନା ବ୍ୟାପିଛି । ଧନି, ଗରିବ, ଛୋଟ ବଡ କେହି ଏଥିରୁ ବାଦ ପଡି ନାହାନ୍ତି । ହିନ୍ଦି ଚଳଚିତ୍ର ଅଭିନେତା ଅମିତାଭ ବଚନ ଓ ତାଙ୍କ ପରିବାର କରୋନା ଚପେଟ ରେ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷ୍ୟ ପାଲଟିଥିଲ।। ନିକଟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ଏବେ ଗୃହ ମନ୍ତ୍ରୀ ଅମିତ ସାହା ଏହି ମହାମାରୀର ସଂକ୍ରମିତ ହେବା କର୍ମକର୍ତ୍ତାଙ୍କୁ ଖୁବ ବ୍ୟଥିତ କରିଛି । ତେବେ ସାରା ଦେଶରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଥିବା ଦଳୀୟ କର୍ମିମାନେ ସୁଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking