32.1 C
Bhubaneswar
Friday, April 26, 2024
HomeUncategorizedସବାଇଘାସ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛି

ସବାଇଘାସ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛି

ମୟୂରଭଞ୍ଜ- ଦିନେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଥିବା ମହିଳା ଆଜି ନିଜେ ସ୍ୱାବଲମ୍ବୀ ହେବାସହ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ରୋଜଗାର ଦେବାରେ ସକ୍ଷମ ହୋଇ ସ୍ୱାବଲମ୍ବନ କରାବାରେ ସଫଳ ହେଉଛନ୍ତି।  “ଏକତା ବଳେ ସର୍ବସିଦ୍ଧି”  ଏହାକୁ ଆଜି ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଧୂଳିମାଟିର ଗାଁରାସ୍ତା ଆଉ ଭଙ୍ଗାଦଦରା ନଡାଛପର ଘରେ ରହି ଏମିତି ଏକ ସ୍ୱପ୍ନ ଦେଖି ଆରମ୍ଭ ହୋଇଥିବା ମହିଳା ସଂଗଠନ ଆଜି ଦେଶବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ମହିଳା ଗୋଷ୍ଠୀ ପାଇଁ ଉଦାହରଣ ହୋଇପାରିଛନ୍ତି। ଆଉ ସବାଇ ଘାସରୁ ତିଆରି କରୁଛନ୍ତି ସୌଖିନ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଘରୋଇ ଉପକରଣ ସାମଗ୍ରୀ। ଗତକିଛି ବର୍ଷ ଧରି ଏହି ସବାଇ ଘାସ ଜିଲାର ହସ୍ତଶିଳ୍ପ କ୍ଷେତ୍ରରେ ଏକ ସ୍ବତନ୍ତ୍ର ଅଧ୍ୟାୟ ସୃଷ୍ଟି କରି ସବୁବର୍ଗର ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇପାରିଛି । ସବାଇ ଘାସରୁ ବିଭିନ୍ନ ମନଲୋଭା ଉପକରଣ ପ୍ରସ୍ତୁତ କରାଯାଇ ରାଜ୍ୟ ବାହାରକୁ ରତ୍ପାନୀ କରାଯାଉଛି । ଯାହାକୁ ବିକ୍ରିକରି ମହିଳାମାନେ ମାସକୁ 15 ରୁ 20 ହଜାର ଟଙ୍କା ଆୟ କରିବା ସହ ନିଜେ ସ୍ୱାବଲମ୍ବୀ ହୋଇ ପରିବାର ମୁହଁରେ ହସ ଫୁଟାଇ ପାରିଛନ୍ତି।
ତେବେ ତାଙ୍କର ଉଦ୍ୟମରେ ଆଗକୁ ଆଉ ପାଦେଯାଇ ଭାଇଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ନୂଆ ପ୍ରୟାସରେ ଆରମ୍ଭ କରିଥିଲେ ରାକ୍ଷୀ ତିଆରି। ସେଥିପାଇଁ ସବାଇଘାସ ଓ ଖଜୁରୀପତ୍ର ସହ ସୂତା ଓ ପୁନ୍ତି ଇତ୍ୟାଦିକୁ ବ୍ୟବହାର କରି ସୁନ୍ଦର ଭାବରେ ସଜାଇ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏହି ମହିଳା ମାନେ। ଯାହା ଏବେ ବଜାରରେ ଚହଳ ସୃଷ୍ଟି କରିବା ସହିତ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରିଥିବା ଦେଖିବାକୁ ମିଳିଛି।
ମୟୂରଭଞ୍ଜ  ଜିଲ୍ଲାର ଗୁହାଳଡିହ ସବାଇ ପ୍ରଡ୍ୟୁସର ଗୃପର ମହିଳା ମାନେ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ସୁନ୍ଦରସୁନ୍ଦର ରାକ୍ଷୀ ଓ ବିଭିନ୍ନ ଘରକୋରଣା ଜିନିଷପତ୍ର । ତେବେ ଏହି ରାକ୍ଷୀଗୁଡିକର ସର୍ବନିମ୍ନ ବଜାରମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ଭିନ୍ନ ଭିନ୍ନ ମୂଲ୍ୟର ରହିଥିବାରୁ ସାଧାରଣବର୍ଗଙ୍କ କ୍ଷେତ୍ରରେ ଅଧିକ ଆଗ୍ରହ ସୃଷ୍ଟି କରି ପାରିବା ସହ ବିକ୍ରୟ ମଧ୍ୟ ବେଶବୃଦ୍ଧି ପାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଏହି ରାକ୍ଷୀଗୁଡିକ ପରିବେଶ ଧର୍ମୀ ହୋଇଥିବାରୁ ଗ୍ରାହକମାନଙ୍କ ଦ୍ବାରା ବିଶେଷ ଭାବରେ ଆଦୃତ ହେଉଛି। ଯାହାର ଚାହିଦା ବଜାରରେ ଖୁବ ରହିଥିବା ଦେଖିବାକୁ ମିଳୁଛି। ଓରମାସ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଉଦଳା , ବେତନଟୀ , ବାରିପଦା , କୁଳିଅଣା , ଶୁଳିଆପଦା ଓ ବଡ଼ସାହି ବ୍ଲକ ମାନଙ୍କରେ ବିଭିନ୍ନ ମହିଳା ସଂଗଠନ ମାନଙ୍କୁ ଓରମାସ ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଲିମ ଯୋଗାଇ ଦିଆଯାଇଛି । ସବାଇ ଘାସ ଓ ଖଜୁରୀପତ୍ରରେ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ କରୁଥିବା ଏହି ମହିଳା ସଂଗଠନର କର୍ମୀମାନେ ଏବର୍ଷ ରାକ୍ଷୀ ପ୍ରସ୍ତୁତ କରି ବେଶ ଉତ୍ସାହିତ ଥିବା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଅର୍ଡର ଆସୁଥିବା କଥା ପ୍ରକାଶ କରିଛନ୍ତି ।
-ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking