29.1 C
Bhubaneswar
Sunday, May 5, 2024
Homeଓଡିଶାନବୀନ ନିବାସ ଯିବା ବେଳେ ଧସ୍ତାଧସ୍ତି

ନବୀନ ନିବାସ ଯିବା ବେଳେ ଧସ୍ତାଧସ୍ତି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି ଜୋର ଧରିଛି । ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ରାଲି କରିଥିଲା । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ବ୍ୟାରିକେଟ ଭାଙ୍ଗିବା ସହ ଟମାଟୋ ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ଧୀରେ ଧୀରେ ଜୋର ଧରୁଛି । ପୂର୍ବରୁ  ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛି ବିଜେପି। ଏଥିସହ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବରଖାସ୍ତ ଓ ଗିରଫ ଦାବି କରିଛନ୍ତି  । ମହାଲିଙ୍ଗ ସନସାଇନକୁ ରାଜ୍ୟ ସରକାର ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ କରିଛି ବିଜେପି । ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଆଗାମୀ ଦିନରେ ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ସହ ବରଖାସ୍ତ ନ କରାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking