40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ; ୪ ମୃତ

ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ; ୪ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ତିନି ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ସକାଳେ ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଖବର ମିଳିଛି। ପୁରୁଣା ସେମାପୁରୀରେ କୋଠାର ଉପର ମହଲାରେ ନିଆଁ ଲାଗିଯାଇଥିଲା ବୋଲି ଦିଲ୍ଲୀ ପୋଲିସ କହିଛି । ତେବେ ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ବିଲ୍ଡିଂର ତୃତୀୟ ମହଲା କୋଠରୀରୁ ସମସ୍ତ ମୃତଦେହ ଜବତ କରିଥିବା ପୁଲିସ କହିଛି। ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ନାମ ହୌରି ଲାଲ, ରୀନା , ଅଶୁ ଏବଂ ରାଧିକା ବୋଲି ଜଣାପଡିଛି ।

ମଙ୍ଗଳବାର ଭୋର ୪ଟା ସମୟରେ ନିଆଁ ଲାଗିବା ନେଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଓ ଅନ୍ୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘରର ତୃତୀୟ ମହଲାର ଏକ କୋଠରୀରେ ସମୁଦାୟ ଚାରିଟି ମୃତଦେହ ମିଳିଥିଲା। ସମସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking